ବିଦ୍ୟୁତ ସଂସ୍ପର୍ଶରେ ଆସି ଷଣ୍ଢର ମୃତ୍ୟୁ

ସାଲେପୁର : ବିଦ୍ୟୁତ ସଂସ୍ପର୍ଶରେ ଆସି ବୁଲା ଷଣ୍ଢର ମୃତ୍ୟୁ । କଟକ ଜିଲ୍ଲା ସାଲେପୁର ବ୍ଲକ୍ ରାମକୃଷ୍ଣପୁର ପଞ୍ଚାୟତ ବାଲିସମଳ ଗାଁରେ ।

ସୂଚନାଯୋଗ୍ୟ ଯେ, ବାଲିସମଳ ଗାଁର ମୁନା ରାଉତ ନିଜ ଚାଷ ଜମିକୁ ବିଦ୍ୟୁତ ସଂଯୋଗ କରିଥିଲେ । ବୁଲା ଷଣ୍ଢଟି ଫସଲ ଖାଇବା ପାଇଁ ଯାଇ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଷଣ୍ଢଟିର ମୃତ୍ୟୁ ହୋଇଛି । ବେଆଇନ ଭାବେ ବିଦ୍ୟୁତ ତାର ସଂଯୋଗ ପାଇଁ ବୁଲା ଷଣ୍ଢଟିର ମୃତ୍ୟୁ ଘଟିଛି । ବେଆଇନ ବିଦ୍ୟୁତ ତାର ସଂଯୋଗକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସାଧାରଣରେ ଦାବି ହେଉଛି । ଏଭଳି ଘଟଣା ଉପରେ ବିଦ୍ୟୁତ ବିଭାଗ ଓ ପ୍ରଶାସନ ଦୃଷ୍ଟି ନଦେଲେ ଆଗକୁ କେତେ ଯେ ନିରୀହ ଜୀବଯନ୍ତୁ ମରିବେ ତାହା କହିହେବ ନାହିଁ ।

Leave a Reply

Your email address will not be published. Required fields are marked *