ରାଜଧାନୀରେ ବଢ଼ି ଚାଲିଛି ଡେଙ୍ଗୁ ରୋଗୀ ସଂଖ୍ୟା, ଆଜି ଠୁ ରାଜଧାନୀରେ ପାଳନ ହେବ ଡେଙ୍ଗୁ ଡ୍ରାଇ ଡ୍ରେ

ଭୁବନେଶ୍ୱର : ଆଜି ଠୁ ରାଜଧାନୀରେ ପାଳନ ହେବ ଡେଙ୍ଗୁ ଡ୍ରାଇ ଡ୍ରେ । ଭୁବନେଶ୍ୱରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହାର ମୁକାବିଲା ପାଇଁ ଅଣ୍ଟା ଭିଡିଛି ବିଏମସି । ଏଣିକି ଭୁବନେଶ୍ୱରରେ ସପ୍ତାହକୁ ଦୁଇ ଦିନ ପାଳନ ହେବ ଡ୍ରାଇ ଡେ । ଡ୍ରାଇ ଡେର ଅର୍ଥ ହେଉଛି ଘରେ କିମ୍ବା ଅଫିସରେ ସମ୍ଭାବ୍ୟ ମଶା ବଂଶ ବୃଦ୍ଧି ସ୍ଥାନଗୁଡିକୁ ସଫା କରିବା । ଗୁରୁବାର ଓ ରବିବାର ପାଳନ କରାଯିବ ଡ୍ରାଇ ଡେ । ଗୁରୁବାର ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ଏବଂ ରବିବାର ପ୍ରତ୍ୟେକଙ୍କ ବାସଭବନରେ ଡ୍ରାଇ ଡେ ପାଳନ କରାଯିବ । ଡେଙ୍ଗୁ ରୋକିବା ପାଇଁ ସର୍ଭେ ଓ ସଚେତନତା ଉପରେ ଗୁରୁତ୍ୱ ଦିଆଯିବ ।

ପ୍ରତି ୱାର୍ଡରେ ବିଭିନ୍ନ ବର୍ଗର ବ୍ୟକ୍ତି ଓ ଗୋଷ୍ଠୀଙ୍କୁ ନେଇ ଗଠିତ ହେବ ଗ୍ରୁପ । ପ୍ରଥମେ ସଚେତନତା ପରେ ଖିଲାପିଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ । ଲାଗୁ ହେବ ଆର୍ଥିକ ଜୋରିମାନା । ଆଜି ରାଜଧାନୀର ବିଭିନ୍ନ ୱାର୍ଡ ବୁଲି ଲୋକଙ୍କୁ ସେଚେତନ କରାଉଛନ୍ତି ମେୟର, ଏ.ଏନ.ଏମ ଓ ଆଶା ଦିଦି ।

Leave a Reply

Your email address will not be published. Required fields are marked *