କଟକ : କଟକ ରାଣୀହାଟ ସ୍କୁଲ ପ୍ରଧାନ ଶିକ୍ଷୟତ୍ରୀଙ୍କ ନାଁରେ ଦୁର୍ବ୍ୟବହାର ଅଭିଯୋଗ । ଅଭିଯୋଗ ଆଣିଲେ ସ୍କୁଲର ଶିକ୍ଷୟତ୍ରୀ । ଅକ୍ରୋଶମୂଳକ ଭାବେ ପ୍ରଧାନ ଶିକ୍ଷୟତ୍ରୀ ତାଙ୍କ ଉପରେ ରାଗ ରଖି ଦରମା ବନ୍ଦ କରିଥିବା ଅଭିଯୋଗ ହୋଇଛି । ଏଭଳିକି ଅନେକ ସମୟରେ ସଂପୃକ୍ତ ପ୍ରଧାନ ଶିକ୍ଷୟିତ୍ରୀ ତାଙ୍କୁ ଖରାପ ବ୍ୟବହାର କରୁଥିବା ମଧ୍ୟ ସେ କହିଛନ୍ତି ।
କେବଳ ଶିକ୍ଷୟତ୍ରୀଙ୍କୁ ନୁହେଁ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ମଧ୍ୟ ପ୍ରଧାନ ଶିକ୍ଷୟତ୍ରୀ ଆକ୍ରୋଶର ଶିକାର ହେଉଥିବା ଦେଖିବାକୁ ମିଳିଛି । ପ୍ରଧାନ ଶିକ୍ଷୟତ୍ରୀ ସମସ୍ତ ଶିକ୍ଷକଙ୍କ ନାଁରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ମିଥ୍ୟା ଅଭିଯୋଗ କରୁଛନ୍ତି । ଏଭଳି ସ୍ଥିତିରେ ପ୍ରଧାନ ଶିକ୍ଷୟତ୍ରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ସହିତ, ଅନ୍ୟତ୍ର ନିଜର ବଦଳି କରିବାକୁ ପ୍ରଶାସନ ନିକଟରେ ଦାବି କରିଛନ୍ତି ।
