ରାଜଧାନୀରେ ଗୋରୁ ବୋଝେଇ ଗାଡି ଜବତ

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଗୋରୁ ଉଦ୍ଧାର । ଗୋରୁ ଚୋରାଚାଲାଣ ବେଳେ ଧରିଲେ ଯୁବକ । ୩୦ ରୁ ଅଧିକ ଗୋରୁ ଉଦ୍ଧାର ହୋଇଥିବା ସୂଚନା । ଘଟଣା ସ୍ଥଳରୁ ଚାଳକ ଫେରାର ହୋଇଯାଇଥିବା ସୂଚନା । ତେବେ ଭୁବନେଶ୍ୱରର ଟଙ୍କପାଣି ସାଇ ମନ୍ଦିର ଜାତୀୟ ରାଜପଥ ଉପରେ ଗୋରୁ ବୋଝେଇ ଗାଡି ଜବତ ହୋଇଛି ।

ସୂଚନାମୁତାବକ, ସ୍ଥାନୀୟ କିଛି ଯୁବକ ଗାଡିରେ ଗୋରୁ ଚାଲାଣ ହେଉଥିବା ସନ୍ଦେହରେ ପୁରୀ ଆଡୁ ଆସୁଥିବା ଏକ ପିକପ ଭ୍ୟାନକୁ ଅଟକାଇ ଥିଲେ । ଗାଡ଼ିରେ ୩୦ ରୁ ଅଧିକ ଗୋରୁ ଥିବା ଦେଖି ଯୁବକମାନେ ଉତ୍ୟକ୍ତ ହୋଇ ଉଠିଥିଲେ । ଗାଡିକୁ ଭଙ୍ଗା ରୁଜା କରିବା ସହ ଗୋରୁମାନଙ୍କୁ ଉଦ୍ଧ।ର କରିଥିଲେ । ଗାଡି ଚାଳକ ସେଠାରୁ ଫେରାର ହୋଇଯାଇଛି । ଉତ୍ତେଜନା ଯୋଗୁ ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବାଧା ପ୍ରାପ୍ତ ହୋଇଛି । ବରଗଡ଼ ଥାନା ପୋଲିସ ଘଟଣା ସ୍ଥଳରେ ପହଂଚିଛି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *