ଭଦ୍ରକ : ବିଳମ୍ବିତ ରାତ୍ରୀରେ ୨ଟି ଚୋରା କୋଇଲା ବୋଝେଇ ପିକପ୍ ଭ୍ୟାନକୁ ଜବତ କରିଛି ଚାନ୍ଦବାଲି ପୋଲିସ । କୋଇଲା ଗାଡ଼ି ଧାମରା ରେଳପଥରୁ ଚୋରା କୋଇଲା ନେଇ ଯଶିପୁର ଅଂଚଳରୁ ବାହାରି ଚାନ୍ଦବାଲି ଆସୁଥିଲା । ଖବର ପାଇ ଚୋରା କୋଇଲା ଗାଡ଼ିକୁ ଚାନ୍ଦବାଲି ପେଟ୍ରୋଲ ପମ୍ପ ନିକଟରୁ ଗାଡ଼ିକୁ ଧରିଥିଲେ ।
ପୋଲିସକୁ ଦେଖି ପିକପ୍ ଭ୍ୟାନ ଚାଳକ ଫେରାର ହୋଇଯାଇଥିଲେ । ଗାଡ଼ିକୁ ଧରିବା ପରେ ଚାନ୍ଦବାଲି ପୋଲିସ ଥାନାକୁ ଆଣି ଅଧିକ ତଦନ୍ତ କରୁଛି, ଏଥିନେଇ ଚାନ୍ଦବାଲି ଥାନାରେ ଦୁଇଟି କେଶ ରୁଜୁ କରିବା ସହ ତଦନ୍ତ ଜାରୀ ରଖିଛି ପୋଲିସ୍ l ରାଜ୍ୟରେ ବେଆଇନ୍ ବାଲି ଚାଲାଣ ସହ କୋଲଲା ଚୋରୀ ମଧ୍ୟ ବଢିଚାଲିଛି । ପ୍ରଶାସନ ଏନେଇ କୌଣସି କଡା କାର୍ଯ୍ୟାନୁଷ୍ଠାନ ନେବା ଏପର୍ଯ୍ୟନ୍ତ ଦେଖିବାକୁ ମିଳିନାହିଁ । ଯାହା ଦ୍ୱାରା ଚୋରୀ, ତଷ୍କରୀ ବଢିବାରେ ଲାଗିଛି ।
