ରାଶିଫଳ

ମେଷ : କାରବାରରେ ଅଚାନକ ଲାଭ ହେବାର ଯୋଗ ଅଛି । ବିଶେଷ କାର୍ଯ୍ୟ ନେଇ ଅଧିକାରୀଙ୍କ ସହ କଥାବାର୍ତ୍ତା କରିପାରନ୍ତି । ଆପଣଙ୍କ ଖୁସି ଉପରେ କାହାରି ନଜର ଲାଗିପାରେ ।

ବୃଷ : ଜୀବନରେ ଆଗକୁ ବଢିବା ଲାଗି ନୂଆ ରାସ୍ତା ଖୋଲିବ । ପିଲା ଦିନର ସାଙ୍ଗ ସହ ଦେଖା ହେବ । ରାଜନୀତେରେ ସଫଳତା ପାଇବେ । ବୈବାହିକ ଜୀବନ ସୁଖଦ ହେବ ।

ମିଥୁନ : ଆପଣଙ୍କ ମନ ରଚନାତ୍ମକ କାମରେ ଲାଗି ରହିବ । ଛାତ୍ରଙ୍କୁ ପରିଶ୍ରମର ଫଳ ମିଳିବ । କାରବାରରେ ଅର୍ଥ ଲଗାଇବା ପାଇଁ ଭାବିପାରନ୍ତି । ଦାମ୍ପତ୍ୟ ସମ୍ବନ୍ଧ ମଧୁର ହେବ ।

କର୍କଟ : ଲୋକେ ଆପଣଙ୍କ କଥା ଶୁଣିବାକୁ ତତ୍ପର ରହିବେ । ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ହେବ । ବାଲ୍ୟ ବନ୍ଧୁ ସହ ଦେଖା ହେବ । କିଛି ନୂଆ ସୁଯୋଗ ମିଳିପାରେ ।

ସିଂହ : ମହତ୍ତ୍ୱପୂର୍ଣ୍ଣ ଲୋକଙ୍କ ସହ ଯୋଗାଯୋଗ ହେବ । ନୂଆ ଦାୟିତ୍ୱ ନେବାରେ ସଙ୍କୋଚ କରିପାରନ୍ତି । ଶିକ୍ଷାର୍ଥୀଙ୍କୁ ବିଶେଷ କ୍ଷେତ୍ରରେ ଲାଭ ହୋଇପାରେ ।

କନ୍ୟା : ଆପଣ ନିଜ କାର୍ଯ୍ୟସୂଚୀ ପରିବର୍ତ୍ତନ କରିପାରନ୍ତି । ଭଲ ଲୋକଙ୍କ ମାଧ୍ୟମରେ ଧନଲାଭ ହେବ । ବିବାହିତ ଲୋକଙ୍କ ଲାଗି ଦିନଟି ଅବିସ୍ମରଣୀୟ ରହିବ ।

ତୁଳା : ନୂଆ କାମ ଆତମ୍ଭ କରିପାରନ୍ତି । ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢିବ । ଅଫିସରେ କୌଣସି କାମ ପାଇଁ ଆପଣଙ୍କୁ ସମ୍ମାନିତ କରାଯିବ । ଶିକ୍ଷାର୍ଥୀଙ୍କୁ ଶିକ୍ଷକଙ୍କର ସାହାଯ୍ୟ ମିଳିବ ।

ବିଛା : ବ୍ୟବସାୟ କାମରେ କୌଣସି ସହକର୍ମୀଙ୍କ ସାହାଯ୍ୟ ପାଇବେ । କାମ କରିବା ସମୟରେ ମନ ଶାନ୍ତ ରଖନ୍ତୁ । ସ୍ୱାସ୍ଥ୍ୟ ଠିକ୍ ଓ ସତେଜ ରହିବ । ପ୍ରେମ ସମ୍ବନ୍ଧ ନିବିଡ ହେବ ।

ଧନୁ : ବ୍ୟବସାୟରେ ବଡ ନିଷ୍ପତ୍ତି ନେବାକୁ ପଡିପାରେ । ପାରିବାରିକ ବିବାଦ ଠୁଁ ଦୂରରେ ରୁହନ୍ତୁ । ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ । କ୍ୟାରିୟରରେ ନୂଆ ମୋଡ ଆସିପାରେ ।

ମକର : ଲକ୍ଷ୍ୟ ପୂରା କରିବା ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ । ବ୍ୟବସାୟୀଙ୍କୁ ଆଶା ଠୁଁ ଅଧିକ ଲାଭ ମିଳିବ । ଆପଣ ଅନ୍ତରଙ୍ଗ ବନ୍ଧୁଙ୍କୁ ମନର କଥା କହିବେ ।

କୁମ୍ଭ : ଅଫିସରେ ନିଜ ମତ ରଖିବାର ସୁଯୋଗ ପାଇବେ । କୌଣସି ବିଶେଷ କାମରେ ଲାଭ ମିଳିପାରେ । ପରିବାରରେ ଲାଗି ରହିଥିବା ଅଶାନ୍ତିର ସମାଧାନ ପାଇଁ ଚେଷ୍ଟା କରିବେ ।

ମୀନ : ଘର ଲୋକଙ୍କର ଉତ୍ସାହ ବଜାୟ ରହିବ । ବାପାଙ୍କ ସହଯୋଗରେ ନୂଆ କାମ ଆରମ୍ଭ କରିବେ । ଚାକିରି ସମ୍ବନ୍ଧରେ ଭଲ ଖବର ପାଇବେ । ପ୍ରେମିକ ପ୍ରେମିକାଙ୍କ ଲାଗି ଭଲ ଦିନଟିଏ ।

Leave a Reply

Your email address will not be published. Required fields are marked *