ଟେଣ୍ଡରରେ ସୀମିତ ମିଟ୍‌କୁନ୍ଦରୀ-ଖୁଣ୍ଟଗାଁ ରାସ୍ତା ମରାମତି

ରାଉରକେଲା : ବିପର୍ଯ୍ୟସ୍ତ ହୋଇ ପଡିଛି ମିଟ୍‌କୁନ୍ଦରୀ- ଖୁଣ୍ଟଗାଁ ପ୍ରମୁଖ ରାସ୍ତା । ଏବେ ଏହି ରାସ୍ତା ଏକ ପ୍ରକାର ମରଣଯନ୍ତା ପାଲଟିଛି । କେଉଁଠି ସ୍ଥାନୀୟ ଲୋକ ରାସ୍ତାକୁ ମାଡ଼ି ବସିଲେଣି ତ ଅନ୍ୟ କେଉଁଠି ବଡ ବଡ ଗର୍ତ୍ତ ସୃଷ୍ଟି ହୋଇଛି । ବର୍ଷ ବର୍ଷ ଧରି ଏଭଳି ଦୟନୀୟ ରାସ୍ତାରେ ଶହ ଶହ ଗାଡି ମୋଟର ସହ ହଜାର ହଜାର ସ୍ଥାନୀୟ ଲୋକ ଯାତାୟତ କରୁଛି । ଦୈନନ୍ଦିନ ଅନେକ ଛୋଟ ବଡ ଦୁର୍ଘଟଣାମାନ ଘଟୁଛି । ତଥାପି ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ । ଗ୍ରାମ୍ୟ ଉନ୍ନୟନ ବିଭାଗ କେବଳ ଟେଣ୍ଡର ଆହ୍ବାନ କରି ନିଜର କାମ ସାରିଦେଇଛି । ସେପଟେ ୫.୫. କି.ମି. ରାସ୍ତାର ମରାମତି ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ଟେଣ୍ଡର ଆହ୍ବାନ କରିଥିଲେ । ବିଭିନ୍ନ ଠିକା ସଂସ୍ଥା ପକ୍ଷରୁ ଟେଣ୍ଡର ପକାଯାଇଛି । କିନ୍ତୁ ଅଦ୍ୟାବଧି ଟେଣ୍ଡର ଖୋଲୁନି । ଏ ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀଙ୍କୁ ପଚାରିଲେ କୌଣସି ସନ୍ତୋଷଜନକ ଉତ୍ତର ମିଳୁନି । କେବଳ ଏତିକି ନୁହେଁ ଏହି ରାସ୍ତାର ଦୂରାବସ୍ଥା ସୁଧାରିବାକୁ ସ୍ଥାନୀୟ ଅଞ୍ଚଳବାସୀ ପୂର୍ତ୍ତବିଭାଗକୁ ହସ୍ତାନ୍ତର କରିବାକୁ ଦାବି ଆସୁଛନ୍ତି ।

ହେଲେ କିଛି ସୁଫଳ ମିଳି ନାହିଁ । ରାଉରକେଲାରୁ ଝିରପାଣି ପୋଲ ଅତିକ୍ରମ କରି ସୀମାନ୍ତ ଝାଡ଼ଖଣ୍ଡକୁ ସଂଯୋଗ କରୁଥିବା ଏହି ରାସ୍ତାର ମରାମତିକୁ ସମସ୍ତେ ଯେମିତି ଭୁଲି ଯାଇଛନ୍ତି । ଉଲ୍ଲେଖଯୋଗ୍ୟ, ଝିରପାଣି ଓ ମିଟକୁନ୍ଦରୀକୁ ସଂଯୋଗ କରି କୋଏଲ ସେତୁ ନିର୍ମାଣ ପରେ ନୂଆଗାଁ ଓ ରାଉରକେଲାର ସିଧା ସଳଖ ଲୋକେ ଯିବା ଆସିବା କରୁଛନ୍ତି l ଏହି ରାସ୍ତା ଦେଇ ପ୍ରତିଦିନ ସହ ସହ ଗାଡି ମୋଟର ଜିବା ଆସିବା କରୁଛି । କିନ୍ତୁ ଦୁର୍ଭାଗ୍ୟର କଥା ମିଟକୁନ୍ଦ୍ରୀ ଠାରୁ ନୂଆଗାଁ ପ୍ରଯନ୍ତ ରାସ୍ତାର ନା ହେଉଛି ଉନ୍ନତି କରଣ ନା ରାସ୍ତାକୁ କରାଯାଉଛି ପ୍ରସସ୍ଥୀକରଣ । ରାସ୍ତା ନିର୍ମାଣ ପାଞ୍ଚ ବର୍ଷ  ପୂର୍ବେ ହୋଇଥିଲା । ନିକଟ ଅତୀତରେ  ଠିକାଦାର ଜଣଙ୍କ ଉକ୍ତ ରାସ୍ତାର ଗର୍ତ୍ତ/ଖାଲ ଥିବା ସ୍ଥାନରେ ମେଟାଲ ପକେଇ ସେମିତି ଛାଡି ଦେଇଥିଲେ ।

ରାସ୍ତା ଉପରେ ନୂଆଗାଁ ବ୍ଲକର ପ୍ରାୟ ଦଶରୁ ପନ୍ଦର ପଞ୍ଚାୟତ ନିର୍ଭରଶୀଳ । ପ୍ରତିଦିନ ଉକ୍ତ ରାସ୍ତା ଦେଇ ଚାଷୀ, ଶ୍ରମିକ, ସାଧାରଣ ଲୋକ, କଲେଜ ଛାତ୍ରଛାତ୍ରୀ ଯିବା ଆସିବା କରିଥାନ୍ତି l କିନ୍ତୁ ଅଣଓସାରିଆ ରାସ୍ତା ଯୋଗୁଁ ଓ ରାସ୍ତାର ଶୋଚନୀୟତା ଯୋଗୁଁ ପ୍ରତେକ ଦିନ କିଛି ନା କିଛି ଦୁର୍ଘଟଣା ଘଟୁଛି l ଆଶ୍ଚର୍ଯ୍ୟ କଥା, ମିଟକୁନ୍ଦରୀ କୋଏଲ ସେତୁ ନିର୍ମାଣ ପରେ ଉକ୍ତ ଅଞ୍ଚଳରେ ଆଦିବାସୀ ଜମିଗୁଡିକ ଶାଗ ମାଛ ଦରରେ ବିକ୍ରି କରି ଦେଉଛନ୍ତି l ଏହି ଜମି ଉପରେ ଲୋକେ ଘର ନିର୍ମାଣ କରି ଚାଲିଛନ୍ତି । ରାସ୍ତାକୁ ସଂଯୋଗ କରି ଘରଗୁଡିକ ନିର୍ମାଣ କରାଯାଇଥିବାରୁ, ଦିନକୁ ଦିନ ଉକ୍ତ ରାସ୍ତା ସଂକୁଚିତ ହେବାକୁ ଲାଗିଛି l ଏଥି ସକାଶେ ପ୍ରତିଦିନ ଛୋଟବଡ ଦୁର୍ଘଟଣାମାନ ଘଟୁଛି । କାରକଟା ଓ ଲିଣ୍ଡରାଠାରେ ଏବେ ଠାରୁ ରାସ୍ତାକୁ ସଂଯୋଗ କରି ଦୋକାନ ଘର ଗୁଡିକ ନିର୍ମାଣ ହୋଇଛି l ସେହିପରି  ମିଟକୁନ୍ଦରୀ ନୂଆଗାଁ ଭିତରେ ଦଶରୁ ଅଧିକ ସ୍ଲାଗ ଇଟା ଫାକ୍ଟ୍ରି/କାରଖାନା ଥିବାରୁ ପ୍ରତି ଦିନ ଭାରିଯାନ ଯିବାଆସିବା କରୁଛନ୍ତି । ଫଳରେ ରାସ୍ତା ଦିନକୁ ଦିନ ଶୋଚନୀୟ ହୋଇ ପଡୁଛି । ବର୍ଷ ବର୍ଷ ଧରି ଯାତାୟତରେ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେଉଥିବା ସ୍ଥାନୀୟ ଲୋକ ସମସ୍ୟାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରାଥମିକତା ଦେବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।

Leave a Reply

Your email address will not be published. Required fields are marked *