ରାସ୍ତା ନିର୍ମାଣରେ ନିୟୋଜିତ ଥିବା ଗାଡିକୁ ପୋଡିଲେ ମାଓବାଦୀ

ମାଲକାନଗିରି : ମାଲକାନଗିରି ସୀମାନ୍ତ ତେଲେଙ୍ଗାନାରେ ପୁଣି ମାଓ ହିଂସା । ଭଣ୍ଡାରି କୋତ୍ତାଗୂଡେମ ଜିଲ୍ଲାରେ ଗାଡି ପୋଡିଦେଲେ ମାଓବାଦୀ ।

ଖବର ଅନୁଯାୟୀ, ଚେରଲା ଥାନା ଗୋରକୋଣ୍ଡା ଗାଁ ନିକଟରେ ବନ ବିଭାଗ ତରଫରୁ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିଲା । ଠିକ ଏହି ସମୟରେ ନକ୍ସଲମାନେ ସେଠାରେ ପହଞ୍ଚି ଏକ ପ୍ରୋକଲିନ ମେସିନକୁ ନିଆଁ ଲଗାଇ ପୋଡି ଦେଇଛନ୍ତି । ପୁର୍ବରୁ ଏହି ରାସ୍ତା କାମକୁ ବିରୋଧ କରି ଆସୁଥିଲେ ଲାଲ୍ ବାହିନୀ । ଘଟଣା ସ୍ଥଳରେ ସିଆରପିଏଫ ଓ ଏସଟିଏଫ ବାହିନୀ ପହଞ୍ଚି କୁମ୍ବିଂ ଅପରେସନ ଆରମ୍ଭ କରିଛନ୍ତି । ସେପଟେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଯାଇଛି ।

Leave a Reply

Your email address will not be published. Required fields are marked *