ବାଲିଆପାଳ : ପୁରୁଣା ଓ୍ବାରେଣ୍ଟିକୁ ଚାହା ଦୋକାନରୁ ଉଠାଇନେଲା ସିଂଲା ପୋଲିସ । ତେବେ ସୂଚନାରୁ ପ୍ରକାଶ ଆଜି ସକାଳେ ଲଙ୍ଗଳେଶ୍ଵର ବଜାରରେ ଏକ ଚାହା ଦୋକାନରେ ଜଣେ ଓ୍ବାରେଣ୍ଟି ଚାହା ପିଉଥିବା ବେଳେ ସିଂଲା ଓଆଇସି ପ୍ରଶାନ୍ତ କୁମାର ଜେନା କୌଣସି ସୁତ୍ରରୁ ଖବରପାଇ ଅଚାନକ ଆସି ଚାହା ଦୋକାନରୁ ଓ୍ବାରେଣ୍ଟିକୁ ଉଠାଇ ନେଇ ଥାନାକୁ ନେଇଛନ୍ତି । ତେବେ ଓ୍ବାରେଣ୍ଟି ଜଣକ ନାଇକୁଡି ପଞ୍ଚାୟତ ସିମୁଳିପାଳ ଗ୍ରାମର ମୃତ୍ୟୁଞ୍ଜୟ ଦାସ୍ ଙ୍କ ପୁଅ ବୃନ୍ଦାବନ ଦାସ୍ ଅଟନ୍ତି ।
