ବଡଦାଣ୍ଡରେ ଅଭାବନୀୟ ଘଟଣା : ପିକଅପ୍‌ ଭ୍ୟାନ୍ ଧକ୍କାରେ ୨ ପର୍ଯ୍ୟଟକ ଆହତ

ପୁରୀ ପୁରୀ ବଡଦାଣ୍ଡରେ ଅଭାବନୀୟ ଘଟଣା । ଭାରସାମ୍ୟ ହରାଇ ଏକ ପିକଅପ୍ ଭ୍ୟାନ୍ ନନ୍ଦିଘୋଷ ରଥ ଆଡକୁ ମାଡିଯାଇଥିଲା । ଫଳରେ ଦୁଇ ଜଣ ପର୍ଯ୍ୟଟକ ଆହତ ହୋଇଛନ୍ତି । ପିକଅପ୍‌ ଭ୍ୟାନ୍‌ ଡ୍ରାଇଭରକୁ ଫିଡସ୍ ମାରିବାରୁ ଭାରସାମ୍ୟ ହରାଇ ଗାଡିଟି ମାଡିଯାଇଥିବା ଜଣାପଡିଛି ।

ଦୁର୍ଘଟଣା ଫଳରେ ଅନୁଗୋଳ ଜିଲ୍ଲା ଲୁହା ମୁଣ୍ଡା ଅଞ୍ଚଳର ବୈଜୟନ୍ତି ସାହୁ ଏବଂ ଗିରିଶ ସାହୁ ଗୁରୁତର ଆହତ ହୋଇଛନ୍ତି । ଉଭୟଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବୈଜୟନ୍ତିଙ୍କ ବାମ ଗୋଡ ଭାଙ୍ଗି ଯାଇଥିବା ବେଳେ ଗିରିଶଙ୍କ ହାତରେ ଗୁରୁତର ଆଘାତ ଲାଗିଛି । ଉଭୟଙ୍କୁ ପୁରୀ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି ।

ସେପଟେ ପିକଅପ୍ ଡ୍ରାଇଭର ଅସିତ କୁମାର ଜେନା ମଧ୍ୟ ଆହତ ହୋଇ ପୁରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଡ୍ରାଇଭରକୁ ଟାଉନ ଥାନାରେ ଅଟକ ରଖାଯାଇଛି ।

Leave a Reply

Your email address will not be published. Required fields are marked *