ମେଷ : ଉଚ୍ଚ ଅଧିକାରୀଙ୍କ ସହ ଭଲ ସମ୍ପର୍କ ରଖନ୍ତୁ । କ୍ୟାରିୟରରେ ଉନ୍ନତି ଯୋଗ ଅଛି । ପୂର୍ବରୁ ନେଇଥିବା ନିଷ୍ପତ୍ତିର ସୁଫଳ ପାଇବେ । ମହିଳାଙ୍କ ଲାଗି ଦିନଟି ଆରାମ ଦାୟକ ।
ବୃଷ : କାର୍ଯ୍ୟ କ୍ଷେତ୍ରରେ କିଛି ନୂଆ କରିବା ଲାଗି ଭାବିବେ । କାମରେ ପରିବାର ଲୋକଙ୍କ ସାହାଯ୍ୟ ପାଇବେ । ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କୁ ବିଶେଷ ସଫଳତା ମିଳିବ ।
ମିଥୁନ : ପୂଜାପାଠରେ ସମୟ ବିତିବ । ଅଧ୍ୟାପକଙ୍କ ଲାଗି ଦିନଟି ଭଲ । ପୂର୍ବରୁ ମିଳିବାକୁ ଥିବା ପଇସା ପାଇବେ । ବେପାର ବୃଦ୍ଧି ପାଇଁ ଜୀବନସାଥୀଙ୍କ ସାହାଯ୍ୟ ପାଇବେ ।
କର୍କଟ : ନୂଆ ବେପାର ଆରମ୍ଭ କରିବା ପୂର୍ବରୁ ମୁରବିଙ୍କ ଅନୁମତି ନିଅନ୍ତୁ । ଶିକ୍ଷାର୍ଥୀଙ୍କ କ୍ୟାରିୟରରେ ପରିବର୍ତ୍ତନ ହେବ । ଜୀବନସାଥୀଙ୍କୁ ଦରକାରୀ ବସ୍ତୁ ଉପହାର ଦେବେ ।
ସିଂହ : ବିଶେଷ କାର୍ଯ୍ୟରେ ବନ୍ଧୁଙ୍କ ସାହାଯ୍ୟ ପାଇବେ । ନିଜର ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ଦାମ୍ପତ୍ୟ ଜୀବନରେ ମଧୁରତା ବଢିବ । ଶିକ୍ଷାର୍ଥୀଙ୍କୁ ନୂଆ ପ୍ରକଳ୍ପ ମିଳିବ ।
କନ୍ୟା : ଉଚ୍ଚ ଅଧିକାରୀଙ୍କ ସହ ଭଲ ସମ୍ପର୍କ ରଖିଥିବା ଯୋଗୁଁ ସରକାରୀ କାମରେ ଲାଭ ହେବ । ସନ୍ତାନ ଆପଣଙ୍କ କାଥାରେ ପ୍ରଭାବିତ ହେବେ । ପ୍ରିୟ ବନ୍ଧୁ ସହ ସମ୍ବନ୍ଧରେ ସୁଧାର ହେବ ।
ତୁଳା : ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ କାମ କରୁଥିବା ଲୋକଙ୍କୁ ଧନଲାଭ ହେବ । ଆପଣ ଅଭିଜ୍ଞ ବ୍ୟକ୍ତିଙ୍କ ମତ ନେଇ କାମ କରନ୍ତୁ, ଲାଭ ହେବ । ଚାକିରିରେ ପଦୋନ୍ନତିର ଯୋଗ ଅଛି ।
ବିଛା : ଶିକ୍ଷା ସଂସ୍ଥାରେ କାର୍ଯ୍ୟରତ ଲୋକଙ୍କୁ ଲାଭ ମିଳିବ । ଅସହାୟଙ୍କୁ ସାହାଯ୍ୟ କରନ୍ତୁ, ସମାଜରେ ମାନ ସମ୍ମାନ ବଢିବ । ବ୍ୟବସାୟରେ ପ୍ରଗତି ଲାଗି ଦିନଟି ଅନୁକୂଳ ।
ଧନୁ : କୌଣସି କାମ ତରବରିଆ ଭାବେ କରନ୍ତୁ ନାହିଁ । ନିହାତି ଆବଶ୍ୟକତା ନଥିଲେ ଦୂର ସ୍ଥାନକୁ ଯାଆନ୍ତୁ ନାହିଁ । ଅଫିସ କାମରେ ଅବହେଳା କରନ୍ତୁ ନାହିଁ ।
ମକର : ଅଫିସ ଲୋକ ଆପଣଙ୍କ କାମର ପ୍ରଶଂସା କରିବେ । ଜୀବନରେ ଖୁସି ବଜାୟ ରହିବ । ଫ୍ୟାସନ ଡିଜାଇନ ଛାତ୍ରୀ କିଛି ନୂଆ ଶିଖିବେ । ପ୍ରେମ ଜୀବନରେ ପ୍ରଗାଢତା ଆସିବ ।
କୁମ୍ଭ : ପ୍ରିୟ ବନ୍ଧୁ ସହ ସାକ୍ଷାତ ହେବ । ତାଙ୍କ ସହ ମିଶି ବେପାର କରିବା ପଇଁ ନିଷ୍ପତ୍ତି ନେଇ ପାରନ୍ତି । ଆପଣଙ୍କର ସାମାଜିକ ପରିସର ବୃଦ୍ଧି ପାଇବ । ପାରିବାରିକ ଜୀବନ ସୁଖକର ହେବ ।
ମୀନ : ପାରିବାରିକ ସୁଖ ବୃଦ୍ଧି ହେବ । କ୍ୟାରିୟରକୁ ନେଇ ଭଲ ନିଷ୍ପତ୍ତି ନେବେ । ଜମିରେ ନିବେଶ ପୂର୍ବରୁ ମୁରବିଙ୍କ ସହ ବିଚାର ବିମର୍ଶ କରନ୍ତୁ । କିଣା ବିକାରେ ସାବଧାନତା ଅବଲମ୍ବନ କରନ୍ତୁ ।
