ଓଡିଶାରୁ ପଶ୍ଚିମବଙ୍ଗକୁ ହେଉଥିଲା ଗୋ-ଚାଲାଣ : ୬୦ ରୁ ଅଧିକ ଗୋରୁ ଉଦ୍ଧାର, ଡ୍ରାଇଭର ଅଟକ

ଜଳେଶ୍ୱର : ଓଡିଶାରୁ ପଶ୍ଚିମବଙ୍ଗକୁ ଗୋରୁ ଚୋରାଚାଲାଣ ବେଳେ ମାଡିବସିଲା ପୋଲିସ । ଗୋରୁ ବୋଝେଇ ୧୦ ଚକିଆ ଟ୍ରକ ଜବତ ହେବା ସହ ଡ୍ରାଇଭରକୁ ଅଟକ ରଖାଯାଇଛି । ଟ୍ରକରୁ ୬୦ ରୁ ଅଧିକ ଗୋରୁ ଉଦ୍ଧାର ହୋଇଛି ।

ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ୬୦ନଂ ଜାତୀୟ ରାଜପଥ ଦେଇ ପ୍ରତେକ ଦିନ ଶହ ଶହ ଗୋରୁ ଟ୍ରକ ମାଧ୍ୟମରେ ଓଡିଶାରୁ ପଶ୍ଚିମ ବେଙ୍ଗକୁ ଚୋରା ହେଉଥିବା ବେଳେ ରାଜଘାଟ ଠାରେ ପୋଲିସର ନାକା ପଏଣ୍ଟ ଥାଇ ମଧ୍ୟ ପୋଲିସ ରୋକ ଲଗାଇ ପାରୁନଥିବାର ଦେଖିବାକୁ ମିଳିଛି ।

ଆଜି ଭୋର ସମୟରେ ଏକ ୧୦ ଚକିଆ ଟ୍ରକ ଯୋଗେ ୬୦ ରୁ ଅଧିକ ଗୋରୁ ବୋଝେଇ କରି ପଶ୍ଚିମବଙ୍ଗକୁ ଚୋରା ଚାଲାଣ କରୁଥିଲା ବେଳେ ସୁବର୍ଣ୍ଣ ରେଖା ନଦୀ ରାଜଘାଟ ପୋଲ ନାକା ପଏଣ୍ଟ ଅନତି ଦୂରରେ ଗାଡିଟିର ଇଂଜିନ ଖରାପ ହୋଇ ଯାଇଥିଲା ।

ତେବେ ଖବର ପାଇ ନାକ ପଏଣ୍ଟ ପୋଲିସ ଆସି ଡ୍ରାଇଭରକୁ ଅଟକ ରଖି ଜଳେଶ୍ୱର ଥାନାକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଜଳେଶ୍ୱର ପୋଲିସ ପହଂଚି ଡ୍ରାଇଭରକୁ ଥାନାକୁ ନେଇ ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *