ବାଲିଆପାଳ : ବାଲିଆପାଳ ବ୍ଲକ ରେମୁ ଗ୍ରାମରେ ଅଘଟଣ । ପୋଖରୀରେ ଗାଧୋଇ ଯାଇ ବୁଡିଗଲେ ୩ ନବାଳିକା । ଦୁଇ ଗୁରୁତର ହୁଇଥିବା ବେଳେ, ଜଣଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ମିଳିଥିବା ସୂଚନା ମୁତାବକ ରେମୁ ଗ୍ରାମର ସମ୍ପର୍କୀୟ ଗଦାଧର ଜେନାଙ୍କ ବାହାଘର ଭୋଜିରେ ଯୋଗଦେବା ପାଇଁ ଆସିଥିବା ସମ୍ପର୍କୀୟ ଲଙ୍ଗଲେଶ୍ଵର ଗ୍ରାମର ଅନନ୍ୟା ପାତ୍ର (୧୨),କାଳନ୍ଦା ଗ୍ରାମର ଜୟଲକ୍ଷ୍ମୀ ପରିଡା, କାଠଶଗଡା ଗ୍ରାମର କାମିନୀ ପାତ୍ର (୧୩) ବର୍ଷ, ପାଖ ପୋଖରୀକୁ ଗାଧେଇବାକୁ ଯାଇଥିବା ବେଳେ ବୁଡି ଯାଇଥିଲେ । ସମର୍କୀୟମାନେ ଗୁରତର ଅବସ୍ଥାରେ ୩ ଜଣକୁ ଉଦ୍ଧାର କରି ବାଲିଆପାଳ ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତିତ କରାଯାଉଥିଲା ବେଳେ ରାସ୍ତାରେ ମୃତ୍ୟୁ ହୋଇଥିଲା ।
