ସୋର : ବେଧଙ୍କୁ ମାରିବୁ ଜଉଟାର ବେଧ କଲ କଲ ହେବେ ସେଇଟାର I ଆଇରନ ମରା ସାର୍ଟ୍ ସାଙ୍ଗକୁ ଲମ୍ବା ଗାଡି ଧୁ ଧୁ ଖରାରେବି କଳା ନେଳିଆ ବ୍ଲେଜର ପିନ୍ଧି ଗାଁ ଗାଁରେ ବୁଲି ସାଧାରଣ ଲୋକଙ୍କ ଟଙ୍କାକୁ ଚଳୁ କରି ଚିନ୍ତା କରନା କମ୍ପାନି ବୁଡିଗଲେ ମୁଁ ଦେବି କହି କୋଟି କୋଟି ଠକିନେଇଥିବା ଠକ ଏବେ ନୂଆ ରୂପରେ I ସେଦିମର ଏଜେଣ୍ଟ ଆଜିର ମେନେଜର ଫର୍ମୁଲା ଅଲଗା ଯାହାବି ହେଉ ଏଥର ସୋରରୁ ଆରମ୍ବ ହେଇଛି ଠକାମିର ଦୋକାନ I ଜିଲ୍ଲାର ବିଭିନ୍ନ ଆଡୁ ଆସୁଛନ୍ତି ଚିଟ୍ ଫଣ୍ଡ ଡକାୟତ ମାନେ ଲୋକଙ୍କୁ କୁହାଯାଉଛି ଟଙ୍କା ସେୟାର ମାର୍କେଟରେ ଲାଗୁଛି ତୁମକୁ ଲାଭ ଉଠେଇକି ଦେବା ଆମର ଦାଇତ୍ବ I ଠିକ୍ ଜେମିତି ଆଗରୁ କୁହାଯାଉଥିଲା କମ୍ପାନି କଥା ଛାଡ ମତେ ଦେ I ତେବେ ସୋର ଷ୍ଟେସନ ଛକରେ ପୂର୍ବରୁ ଜେଉଁଠି ଗ୍ରିନରେ ଡକାୟତ ସଂସ୍ଥା ଥିଲା ସେଇଟି ଗଢି ଉଠିଥିବା ଏଇ ସଂସ୍ଥା ଯାହାର ନାମ ମୋଲଲଗ୍ରୁପ ବା ଏଲ ଏଫ ଏସ ବୋକିଂ ରହିଛି I ଇଏ ଲେଖାରେ କିଛି ବାଗବାଇସ ନାହିଁ କଉ ସଂସ୍ଥା ୟାଙ୍କୁ ପରମିସନ ଦେଇଛି ସେମିତି କିଛି ବା କୈଣସି ରେଜିଷ୍ଟ୍ରେସନ ନମ୍ବର ନାହିଁ I ଜଦି କାହାକୁ ସେୟାର ମାର୍କେଟରେ ଅର୍ଥ ଲଗେଇବାରଅଛି ଲଗାଅ ବୋର୍ଡ ମାରିକି ଲୋକଙ୍କ ପାଖରୁ ଟଙ୍କା ଆଦାୟ କରିବାକୁ କିଏ କହିଲା ? ଲୋକବି କିଏ ଖଟିଣି ଧନ ହେଉ କିଏ ଚୁରି ଛିଣ୍ଡାଳି କରିକି ହେଉ ଜେଉଁ ଟଙ୍କା ରଖିଛନ୍ତି ତାକୁ ଆଣି ଢାଳି ଦେଉଛନ୍ତି I ଏବେ ଦବା ଲୋକ ନେବା ଲୋକ ଉଭୟ ବେସ ଖୁସିରେ ରହି ଦେବା ନେବା ଚାଲିଛି ଜେତେବେଳେ ଦେବା ଲୋକ ଆଉ ପାଇବନି ସେତେବେଳେ ଥାନାକୁ ଦଉଡିବେ ପୋଲିସ କେସ କରିବ ମାସ ମାସ ତଦନ୍ତ ହେବ ସଂସ୍ଥାର ମାଲିକ କିଛିଦିନ ଜେଲର ରହିବ ତାପରେ ଗଜଘଇତା ପରି ବାହାରିକ୍ ବୁଲିବ I ଲୋକ ଏପଟରେ ଧାରଣା ଅନସନ ହରତାଳ ଆରମ୍ଭ କରିବେ ସାଧାରଣ ଲୋକ ହଇରାଣ ହେବେ ସରକାରଙ୍କ ଲଖ୍ୟ ଲଖ୍ୟ ଟଙ୍କାର ରାଜସ୍ବ ନଷ୍ଟ ହେବ ା ତେବେ ଏଭଳି ସଂସ୍ଥାକୁ ଏବେଠୁ କାହିଁକି ବନ୍ଦ କରୁନି ପ୍ରସାଶନ ? କାହା ବାହୁ ଛାୟାରେ ରହି ଚାଲିଛି ଏ ବେଆଇନ ସଂସ୍ଥା ? ଚିଟ୍ ଫଣ୍ଡରେ ଡର୍ଜନ ଡର୍ଜନ ନେତାଙ୍କ ଭୂମିକା ଥିବା ବେଳେ ଏଥିରେ ରହିଛିକି କେହି ନେତାଙ୍କ ଭୂମିକା ! ତେବେ କେବେ ପ୍ରସାଶନ ତଦାରଖ କରିବ ଆଉ ଏ ସଂସ୍ଥାକୁ ଏମିତି ବ୍ୟବସାୟ କରିବା ପାଇଁ ନିର୍ଦେଶ ଦିଆଜିବାକୁ ବନ୍ଦ କରିବ ତାହା ସମୟ କହିବ I
