ବାଲିଆପାଳ : ବାଲେଶ୍ଵର ଜିଲ୍ଲା ୬୦ ନମ୍ବର ଜାତୀୟ ରାଜପଥର ଦଣ୍ଡିକା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅଜଣା ପିକଅପ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର । ମୃତକ ଜଣକ ହେଲେ ସ୍ଵସ୍ତିକ ନାୟକ । ଗୁରୁତର ଚନ୍ଦନ ନାୟକଙ୍କୁ ବାଲେଶ୍ଵର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ଦଣ୍ଡିକା ଛକ ଠାରେ ଦୁଇ ବନ୍ଧୁ ରାସ୍ତା କଡ଼ରେ ଛିଡ଼ା ହୋଇ କଥାବାର୍ତ୍ତା ହେଉଥିବା ସମୟରେ ଜଳେଶ୍ଵର ପଟୁ ଆସୁଥିବା ଏକ ପିକ ଅପ୍ ଭେନ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ସ୍ଵସ୍ତିକ (୨୨) ମୃତ୍ୟୁବରଣ କରିଥିବା ବେଳେ, ଚନ୍ଦନ (୨୨) ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତା କ୍ରମେ ଗୁରୁତରକୁ ବାଲେଶ୍ଵର ପଠାଯାଇଥିବା ବେଳେ, ମୃତକ ବାଳକର ଶବକୁ ପୋଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ଘଟଣାସ୍ଥଳରେ ବସ୍ତା ତହସିଲଦାର ପହଞ୍ଚି ମୃତକଙ୍କ ପରିବାରକୁ ରେଡକ୍ରସରୁ ଦଶ ହଜାର ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରିଥିଲେ ।
