ଝୁଲନ୍ତା ଅବସ୍ଥାରେ ଶିକ୍ଷକଙ୍କ ମୃତଦେହ ଉଦ୍ଧାର, ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା ସନ୍ଦେହ

ଖୋର୍ଦ୍ଧା : ବେଗୁନିଆରେ ଶିକ୍ଷକଙ୍କ ଆତ୍ମହତ୍ୟା । ଝୁଲନ୍ତା ଅବସ୍ଥାରେ ଶବ ଜବତ । ଶିକ୍ଷକଙ୍କ ନାମ ଅମରନାଥ ସେଠୀ । ଗତ କିଛିଦିନ ତଳେ ଚାକିରିରୁ ନିଲମ୍ବିତ ହୋଇଥିଲେ । ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ଚାକିରି କରୁଥିଲେ । ସୁଇସାଇଡ ନୋଟରେ ମୃତ ଶିକ୍ଷକ ନିଜର ମୃତ୍ୟୁ ପାଇଁ ନିଜକୁ ଦାବି କରିଛନ୍ତି ।

ଚାକିରିରୁ ନିଲମ୍ବିତ ହୋଇଥିବା କାରଣରୁ ମାନସିକ ଭାରସାମ୍ ହରାଇ ନିଜ ଘରେ ଆତ୍ମହତ୍ୟା କରିଛନ୍ତି । ସୁଇସାଇଡ ନୋଟ୍ ଜବତ । ବେଗୁନିଆ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ମେଡିକାଲକୁ ପଠାଇ ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *