କୋଣାର୍କ : କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟରେ ଅଗ୍ନିକାଣ୍ଡ । ୧୦ ଏକରରୁ ଉର୍ଦ୍ଧ ଜଙ୍ଗଲ ପୋଡି ପାଉଁଶ ହୋଇଯାଇଛି । ଗ୍ରାମବାସୀ ଓ ଜଙ୍ଗଲ ବିଭାଗ କର୍ମଚାରୀମାନେ ନିଆଁ ଆୟତ୍ତ ପାଇଁ ଉଦ୍ୟମ ଜାରି ରଖିଛନ୍ତି ।
ଖବର ଅନୁଯାୟୀ, ବାଲୁଖଣ୍ଡ ଅଭୟାରଣ୍ୟର ରାମଚଣ୍ଡୀ ଓ ଚନ୍ଦ୍ରଭାଗା ନିକଟ ହରିଣ ଚତରା ଠାରେ ଥିବା ଝାଉଁ ଜଙ୍ଗଳରେ ନିଆଁ ଲାଗିଯାଇଥିଲା । ରାମଚଣ୍ଡୀ ଠାରେ ଦୁଇଟି ଦମକଳ ଗାଡି, ଅଗ୍ନିଶମ କର୍ମଚାରୀ ଓ ସ୍ଥାନୀୟ ଲୋକେ ନିଆଁ ଲିଭାଇବା ପାଇଁ ଲାଗିଥିଲେ । ହରିଣ ଚତରା ଜଙ୍ଗଲରେ କୁରୁଜଙ୍ଗ ଗ୍ରାମବାସୀ ଓ ଜଙ୍ଗଲ ବିଭାଗ କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ ଜାରି ରଖିଛନ୍ତି । ତେବେ ଏହି ଅଗ୍ନିକାଣ୍ଡ ଦ୍ୱାରା ଅଭୟାରଣ୍ୟରେ ଥିବା ଜୀବଜନ୍ତୁଙ୍କ ପାଇଁ ବିପଦ ସୃଷ୍ଟି ହୋଇଛି ।
