ନବୀନଙ୍କ ପସନ୍ଦ ନୁହନ୍ତି ଭଦ୍ରକ ନେତା

ଭଦ୍ରକ : ରାଜ୍ୟ ରାଜନୀତିରେ ଅନେକ ଦିନ ଧରି ଗୁରୁତ୍ୱ ବହନ କରୁଥିବା ଭଦ୍ରକ ଜିଲ୍ଲା ଏବେ ତା’ର ଗୁରତ୍ୱ ହ୍ରାସ ହେବାରେ ଲାଗିଛି । ଗତ କିଛି ଦିନ ତଳେ ଯେମିତି ଭାବରେ ନୂତନ ମନ୍ତ୍ରୀ ମଣ୍ଡଳ ଗଠନକୁ ନେଇ ଭଦ୍ରକ ଜିଲ୍ଲାରେ ଦୁଇଟି ମନ୍ତ୍ରୀ ପଦ ମିଳିବ ନେଇ ସାମାଜିକ ଗଣ ମାଧ୍ୟମ ଠାରୁ ଆରମ୍ଭ କରି ସାଧାରଣ ଚର୍ଚ୍ଚା ଜୋର ଧରିଥିଲା, ଯାହାକୁ ନେଇ ନେତା ଓ ସମର୍ଥକ ମଧ୍ୟରେ ଅନେକ ଉକ୍ତଣ୍ଠା ପ୍ରକାଶ ପାଇଥିଲା । କିନ୍ତୁ ଯେତେବେଳେ ମନ୍ତ୍ରୀ ମଣ୍ଡଳ ଘୋଷଣା ହେଲା ସେତେବେଳେ ଭଦ୍ରକ ଜିଲ୍ଲାକୁ କୌଣସି ମନ୍ତ୍ରୀ ନ ମିଳିବା ଭଦ୍ରକ ଜିଲ୍ଲାର ବିଜେଡି ବିଧାୟକଙ୍କ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଇଥିଲା । ରାଜ୍ୟ ବିଜୁ ଯୁବ ଜନତା ଦଳର ସଭାପତି ତଥା ଚାନ୍ଦବାଲି ଯୁବ ବିଧାୟକ ବ୍ୟମକେଶ ରାୟ କିଛି ଦବଙ୍ଗ ଗିରି ଅଡିଓ ଭାଇରଲ ହେବା ପରେ ମୁଖ୍ୟମନ୍ତ୍ରୀ ଖୁସି ନଥିବା ଚର୍ଚ୍ଚା ହେଉଛି ।

ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତ ରାୟ ତଥା ମୁଖ୍ୟମନ୍ତ୍ରୀଙ୍କ ଘନିଷ୍ଠ ସହଯୋଗୀ ବିଜୟଶ୍ରୀ ରାଉତରାୟଙ୍କ ପୁତ୍ର ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ନା କୁ ନେଇ ଚର୍ଚ୍ଚା ହେଇଥିଲା, ଜେଜେ ଓ ବାପାଙ୍କ ନାମର କୌଣସି ପ୍ରଭାବ ପଡି ନଥିବା ଚର୍ଚ୍ଚା ହେଉଛି । ଭଦ୍ରକର ବିଧାୟକଙ୍କ ସଂଜୀବ ମଲ୍ଲିକ ଗତ ପୌର ନିର୍ଵାଚନ ଦଳୀୟ ପାର୍ଥୀଙ୍କ ପରାଜୟ ସଂଜୀବ ବାଟରେ କଣ୍ଟା ସାଜିଥିବା ଚର୍ଚ୍ଚା ହେଉଛି । ଭଣ୍ଡାରିପୋଖରୀ ବିଧାୟକଙ୍କ ପ୍ରଫୁଲ ସାମଲଙ୍କ ବରପଦା ଇଞ୍ଜିନିଅର କଲେଜର ବିବାଦ ନେଇ ଅନେକ ବଦନାମ ତାଙ୍କୁ ମହଙ୍ଗା ପଡିଛି । ସାଧାରଣ ଭଦ୍ରକ ବାସୀଙ୍କ ମଧ୍ୟରେ ପ୍ରଶ୍ନ ଉଠୁଛି ଭଦ୍ରକ ଜିଲ୍ଲା ବିଜେଡିର ଗଡ଼ ହେଇଥିବା ବେଳେ, ମନ୍ତ୍ରୀ ମଣ୍ଡଳରେ କୌଣସି ବିଧାୟକ ସ୍ଥାନ ନ ପାଇବା ବିଧାୟକମାନଙ୍କ ଦକ୍ଷତା ସହିତ ରାଜ୍ୟ ରାଜନୀତିରେ ଭଦ୍ରକର ପ୍ରଭାବ ହ୍ରାସ ପାଇଛି ।

Leave a Reply

Your email address will not be published. Required fields are marked *