ବାଲିଆପାଳ : ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକରେ ବାଲିଆପାଳ ଗ୍ରାମୀଣ ମେଳା ଆରମ୍ଭ ହୋଇଯାଇଛି । ବାଲିଆପାଳ, ଜଳେଶ୍ୱର, ବସ୍ତା, ଭୋଗରାଇ ସମେତ ବେଙ୍ଗଲରୁ ମଧ୍ୟ ବାଲିଆପାଳ ଗ୍ରାମୀଣ ମେଳାକୁ ବୁଲାବୁଲି କରିବା ସହିତ ମେଳାର ରଙ୍ଗାରଙ୍ଗ ଦୃଶ୍ୟକୁ ଉପଭୋକ କରିଥାନ୍ତି । ଛୁଟ ପିଲା ଠାରୁ ବୟସ୍କ ପ୍ରଯ୍ୟନ୍ତ ସମସ୍ତଙ୍କ ପାଇଁ ମନ ଖୁସି କରିବାର ଖେଳନା ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ଷ୍ଟଲର ଥିବାର ଦେଖିବାକୁ ମିଳିଥିଲା । ମହିଳାମାନଙ୍କ ପାଇଁ ମଧ୍ୟ ଘର କରଣ ସାମଗ୍ରୀ ଷ୍ଟୋଲ ରହିଥିଲା । ରଜର ମଜା ନେବା ପାଇଁ ୧୫ ରୁ ୧୭ ଦିନ ପ୍ରଯ୍ୟନ୍ତ ଏହି ମେଳାରେ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ସହିତ ଲଟେରୀ କୁପନର ମଜା ନେଇପାରିବାର ବ୍ୟବସ୍ତା ରହିଅଛି । ପ୍ରତେକ ଦିନ ସନ୍ଦ୍ୟା ସାତଟାରୁ ରାତ୍ରି ବାରଟା ପ୍ରଯ୍ୟନ୍ତ ମେଳାକୁ ଆସିଥିବା ଦର୍ଶକମାନଙ୍କ ପାଇଁ ମନୋରଞ୍ଜନର ବ୍ୟବସ୍ତା କମିଟିର ସଦସ୍ୟଙ୍କ ଦ୍ୱାରା କରାଯାଇଥିଲା । ମେଳା ପରିସରଟି ରଙ୍ଗିନ ଆଲୋକ ମୟରେ ସାଜ ଶଜ୍ୟାରେ ଆଲୋକିତ କରାଯାଇଥିଲା । ଦୁଇ ବର୍ଷ କରୋଣା କଟକଣା ଯୋଗୁଁ ଲୋକମାନଙ୍କ ଖୁସି ହଜିଯାଇଥିବାରୁ ବାଲିଆପାଳ ଗ୍ରାମୀଣ ମେଳା କମିଟିର ସଦସ୍ୟଙ୍କ ଦ୍ୱାରା ପୁଣି ଥରେ ସମସ୍ତଙ୍କ ଖୁସି ଫେରାଇ ଆଣିବା ପାଇଁ ପ୍ରୟାସ କରିଥିବା କହିଥିଲେ । କମିଟି ସଦସ୍ୟଙ୍କ ଏହି ପ୍ରୟାସ ଦର୍ଶକମାନଙ୍କ ମୁଖରେ ଖୁସି ଦେଖିବାକୁ ମିଳିଥିଲା । ଯେମିତି ପଞ୍ଜୁରୀରୁ ଶୁଆମାନଙ୍କୁ ଛାଡ଼ିଦେବା ପରେ ଶୁଆମାନଙ୍କ ଖୁସି ଆହା କି ଆନନ୍ଦ ତାହା ଆପଣମାନେ ଜାଣିଥିବେ ମୁଁ ଆଉ କ’ଣ ବା କହିବି । ଏମିତି ଖୁସୀରେ ସଦା ସର୍ବଦା ରୁହନ୍ତୁ ମୁଁ ଜଗତର ନାଥ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଅଛି ।
