ଲଘୁ ଖଣିଜ ପଦାର୍ଥ ଚୋରାଚାଲାଣ ସମୟରେ ପୋଲିସ ଦ୍ବାରା ଭାରୀଯାନ ଜବତ
ଵଣାଇଁ ଉପଖଣ୍ଡ ଗୁରୁଣ୍ଡିଆ ବ୍ଲକ୍ ଅନ୍ତର୍ଗତ ଦହିଚୋର ଅଞ୍ଚଳରୁ ଲଘୁ ଖଣିଜ ପଦାର୍ଥ ଚୋରାଚାଲାଣ ହେଉଥିବା ବେଳେ କୈାଣସି ସୂତ୍ରରୁ ଖବର ପାଇ ଗତକାଲି ସନ୍ଧ୍ୟାରେ ଲହୁଣୀପଡ଼ା ପୋଲିସ ରାସ୍ତା ରେ ଯାଞ୍ଚ କରିବା ସମୟରେ ୯ଟି ହାଇୱା ଟ୍ରକ ରେ ବିନା କାଗଜ ପତ୍ର ରେ ଆବଶ୍ୟକତା ଠାରୁ ଅଧିକ ପରିମାଣର ଚିପ୍ସ ବୋଝେଇ ହୋଇ କୋଇଡା ଅଞ୍ଚଳକୁ ଚାଲାଣ ହେଉଥିବା ଜଣାପଡିଥିଲା ।
ପୋଲିସ ସମସ୍ତ ଗାଡି ଗୁଡିକୁ ଜବତ କରିବା ସହିତ ପରିବହନ ବିଭାଗକୁ ମଧ୍ୟ ସୂଚନା ଦେଇଥିଲେ । ଆବଶ୍ୟକତା ଠାରୁ ଅଧିକ ବୋଝେଇ ହୋଇ ଥିବା ଅଭିଯୋଗ ରେ ପରିବହନ ବିଭାଗ ସମସ୍ତ ଗାଡି କୁ ୩ଲକ୍ଷ ଟଙ୍କା ଜରିମାନା କରି ଥିବା ଜଣାପଡିଛି।
ଏସମସ୍ତ ଖଣିଜ ପଦାର୍ଥ ଗୁଡ଼ିକ ପୂର୍ବରୁ ବାରକୋଟ ଠାରୁ ରାଜାମୁଣ୍ଡା ପର୍ଯ୍ୟନ୍ତ ଜାତୀୟ ରାଜପଥ କାମ ନିମନ୍ତେ ଏକ ଘରୋଇ କମ୍ପାନୀ କୁ ଲିଜ ସୂତ୍ରରେ ଦିଆଯାଇଥିବା ବେଳେ, ଅନେକ ଦିନ ହେବ କମ୍ପାନୀ କାମ ବନ୍ଦ କରି ଏଠାରୁ ଛାଡି ଚାଲିଯାଇଛି ଫଳରେ ଖଣିରେ ପୂର୍ବରୁ ଗଛିତ ରହିଥିବା ଚିପ୍ସ ଗୁଡିକ ବର୍ତ୍ତମାନ ମାଫିଆ ମାନେ ସକ୍ରିୟ ହୋଇ ଚୋରା ଚାଲାଣ କରିବାର ସୁଯୋଗ ପାଉଛନ୍ତି। ତେଣୁ ଆଗାମୀ ଦିନରେ ଏସବୁ ଚୋରା ଚାଲାଣ କିପରି ଭାବରେ ବନ୍ଦ ହୋଇପାରିବ ସେଥିପାଇଁ ରାଜସ୍ବ ବିଭାଗ ଓ ପୋଲିସ ପକ୍ଷରୁ ଦୃଷ୍ଟି ଦେବା କୁ ସାଧାରଣରେ ଦାବି ହେଉଛି
