ଜଳେଶ୍ବରରେ ବିଜୁଙ୍କ ୧୦୩ତମ ଜନ୍ମ ଜୟନ୍ତୀ ପାଳନ

ଜଳେଶ୍ବର :(ସଂଜୟ ଦାସ)ଓଡ଼ିଶାର ଜନନାୟକ ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକ ଙ୍କ ୧୦୩ ତମ ଜୟନ୍ତୀ ଉପଲକ୍ଷେ ଜଳେଶ୍ଵର ବ୍ଲକ ରାଇବଣିଆ ଅଞ୍ଚଳର କାଳିକ ଗ୍ରାମ ପଞ୍ଚାୟତରେ କୋଷ୍ଟା ଆଶ୍ରମ ଠାରେ ୬୦ ପରିବାର କୋଷ୍ଟ ଆକ୍ରାନ୍ତ ରୋଗୀମାନଙ୍କୁ ବସ୍ତ୍ର ବଣ୍ଟନ କରି ଜଳେଶ୍ଵର ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଶ୍ରୀଯୁକ୍ତ ବ୍ରଜମୋହନ ପ୍ରଧାନ ଉଦବୋଧନ ଦେଇଥିଲେ। ସମସ୍ତ ରୋଗୀ ମାନଙ୍କର ଉପଯୁକ୍ତ ଚିକିତ୍ସା କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସରକାରୀ ସ୍ତରରେ ନିଷ୍ପତ୍ତି ନେଇଛନ୍ତି ଏବଂ ଆବଶ୍ୟକ ସ୍ଥଳେ ସାହାଯ୍ୟ ଓ ସହଯୋଗ କରିବା ପାଇଁ ପ୍ରତିଶୃତି ଦେଇ ଓ ସମସ୍ତଙ୍କର ସୁସ୍ଥ ଓ ନିରାମୟ ଜୀବନ କାମନା କରିଥିଲେ l

Leave a Reply

Your email address will not be published. Required fields are marked *