ବାଲିଆପାଳ : ବାଲେଶ୍ୱର ଜିଲ୍ଲା ବସ୍ତା ନିର୍ବାଚନ ମଣ୍ଡଳୀରେ ପ୍ରଧାନମନ୍ତ୍ରୀଙ୍କ ଗରିବମାନଙ୍କ ପାଇଁ ଜନ କଲ୍ୟାଣ ଯୋଜନାଗୁଡିକ ସାଧାରଣ ଲୋକ ଗରିବ ଖଟିଖିଆମାନଙ୍କ ପାଖରେ ପହଞ୍ଚିବା ପାଇଁ ବିଜେପି ଯୁବମୋର୍ଚା ତରଫରୁ ନିଆରା ପ୍ରଚାର । ବସ୍ତା ରେଲୱେ ଷ୍ଟେସନ ଠାରୁ ବାଇକ ରାଲେ ଆରମ୍ଭ କରି ଗାନ୍ଧୀଛକ ଗାନ୍ଧୀମୂର୍ତ୍ତି ପାଖରେ ପହଂଚିବା ପରେ ସେଠାରେ ସଭା ଅନୁଷ୍ଠିତ ହୋଇଥିଲା । ପରେ ବାହାର୍ଦା, ରାଉତପଡା ଓ ଗଡ଼ପଦା ଗ୍ରାମ ପଂଚାୟତ ପରିକ୍ରମା କରିଥିଲେ ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଠ ବର୍ଷ ପୃତି ଉପଲକ୍ଷେ ଦ୍ୱିତୀୟ ପାଳିର ତୃତୀୟ ବର୍ଷରେ ପ୍ରଧାନମନ୍ତ୍ରୀଙ୍କ ଗରିବ କଲ୍ୟାଣ ଯୋଜନା କେମିତି ଘରେ ଘରେ ପହଂଚିବ ତାହା ଏହି ବାଇକ ରାଲେର ମୁଖ୍ୟ ଆଧାର ଥିଲା । ରାଜ୍ୟ ଯୁବମୋର୍ଚ୍ଚର ସମ୍ପାଦକ ରାଜଶ୍ରୀ ମହାନ୍ତି, ବସ୍ତା ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ଧିରେନ ସେଠି, ଜିଲ୍ଲା ଯୁବମୋର୍ଚ୍ଚ ଉପ ସଭାପତି ରାଜେନ ପରିଡା, ସାଂସଦ ପ୍ରତିନିଧି ପ୍ରଦୀପ ପଣ୍ଡା, କୃଷକ ମୂର୍ଚ୍ଚାର ନେତା ସୂର୍ଯ୍ୟ ନାରାୟଣ ସାହୁ, ପୁଟୁରା ସରପଞ୍ଚ ରାଧାକୃଷ୍ଣ, ଖପରାପଦା ମଣ୍ଡଳ ସଭାପତି ଲଷ୍ମୀଧର ପ୍ରଧାନ ଓ ସଞ୍ଜୟ ପରିଡାଙ୍କ ସହିତ ବହୁ ବିଜେପି ଯୁବନେତାମାନେ ଏହି ବାଇକ ରାଲେରେ ରହିଥିଲେ । ଏହି ବାଇକ ରାଲେ ଟି ବସ୍ତା ଓ ବାଲିଆପାଳ ବ୍ଲକର ବହୁ ବିଜେପି କର୍ମୀମାନଙ୍କ ଦ୍ୱାରା ବାଇକ ରାଲେ ହୋଇଥିଲା । ଦେଖିବାକୁ ବାକି ରହିଲା ଏହି ପ୍ରୟାସ ବିଜେପିକୁ ୨୦୨୪ ରେ କେତେ ସୁହାଇବ ନା ଅନ୍ୟ କେଉଁ ଦଳକୁ ସୁହଇବ ।
