ବାଲିଆପାଳ ବିଷ୍ଣୁପୁର ଠାରେ ବିଜେପି ପକ୍ଷରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

ବାଲିଆପାଳ : ଭାରତର ଲୋକପ୍ରିୟ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀମାନ ନରେନ୍ଦ୍ର ମୋଦୀଜୀଙ୍କ ଦ୍ଵିତୀୟ ପାଳିର ତୃତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ସେବା, ସୁଶାସନ ଓ ଗରିବ କଲ୍ଯାଣ ଜନ ସମ୍ପର୍କ ଯାତ୍ରା ମେ ୩୧ ତାରିଖ ଠାରୁ ଜୁନ ୧୫ ତାରିଖ ପର୍ଯ୍ୟନ୍ତ ବ୍ୟାପକ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି ଅବସରରେ ଜୁନ ୧୩ ତାରିଖ ସୋମବାର ଥିଲା ଦେଶ ବ୍ୟାପି ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ । ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ବିଜେପି ପକ୍ଷରୁ ବିଷ୍ଣୁପୁର ଗ୍ରାମ ପଂଚାୟତ ବିଷ୍ଣୁପୁର ଠାରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ବିଜେପି ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ଅରବିନ୍ଦ ବେହେରା, ନଦୀ ସୁରକ୍ଷା ସମିତି ନମାମି ଗଙ୍ଗେ ରାଜ୍ୟ ସହ ସଂଯୋଜକ ଅଜୟ କୁମାର ସାହୁ, ବାଲିଆପାଳ ମଣ୍ଡଳ ସଭାପତି ମୁରଲୀଧର ସାହୁ, ଖପରାପଦା ମଣ୍ଡଳ ସଭାପତି ଲଷ୍ମୀଧର ପ୍ରଧାନ, ପ୍ରଦୀପ ସି, ନୀଳକଣ୍ଠ ଜେନା, ବଳରାମ ପରିଡା, ମନ୍ମଥ ପାତ୍ର, ସରୋଜ କର, ମନ୍ମଥ ନାୟକ, ଖିତିଶ କୁମାର ଜେନା, ସୁଦାମ ଦାସ, ସୁବାସ ସି, ପଞ୍ଚାନନ ପାଳ, ଅଶୋକ ଜେନା ପ୍ରମୁଖଙ୍କ ସହିତ ବହୁ ବିଜେପି କର୍ମୀ ଓ ଗ୍ରାମବାସୀମାନେ ସାମିଲ ହୋଇ ବିଷ୍ଣୁପୁର ଛକ, ସୁରବଲ୍ଳଭୀ ମନ୍ଦିର ବେଢା, ଶିବ ମନ୍ଦିର ପରିସରେ ସଫାସୁତୁରା କରିବା ସହିତ କେନ୍ଦ୍ର ସରକାରଙ୍କ ଜନକଲ୍ୟାଣ ଯୋଜନା ବିଷୟରେ ଗ୍ରାମବାସୀଙ୍କୁ ବୁଝାଇ ଥିଲେ । ଏହି ଅବସରରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ନିଜର ସେବା ପାଇଁ ବିଷ୍ଣୁପୁର ଏ ଏନ ଏମ ସୁଚିସ୍ମିତା ଦାସଙ୍କୁ ବିଜେପି ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।

Leave a Reply

Your email address will not be published. Required fields are marked *