ଆଜିର ରାଶିଫଳ

ମେଷ : ରାଜନେତାଙ୍କ ଲାଗି ଦିନଟି ଭଲ ରହିବ । ଆପଣଙ୍କ କଥାରେ ଲୋକେ ପ୍ରଭାବିତ ହେବେ । ରୋଜଗାର ପାଇଁ ଉଚିତ ଅବସର ପାଇବେ । ବିବାହିତଙ୍କ ଲାଗି ଦିନଟି ଉତ୍ତମ ।

ବୃଷ : କୋର୍ଟ କଚେରି ମାମଲାରେ ସଫଳତା ପାଇବେ । ଜୀବନସାଥୀଙ୍କ ଉପରେ ଭରସା ରଖନ୍ତୁ । ଅଫିସରେ ସତର୍କତା ଅବଲମ୍ବନ କରନ୍ତୁ । ପ୍ରିୟ ବନ୍ଧୁ ସହ ଦେଖା ହେବ ।

ମିଥୁନ : ଆପଣଙ୍କର ସବୁ ଇଚ୍ଛା ପୂରଣ ହେବ । ବେପାରରେ ଲାଭ ପାଇବେ । ଅନ୍ୟମାନଙ୍କ ମାମଲାରେ ଦଖଲ ଦିଅନ୍ତୁ ନାହିଁ । କଳାତ୍ମକ କାର୍ଯ୍ୟରେ ରୁଚି ବଢିବ । ପ୍ରେମୀ ଜୀବନ ମଧୁର ହେବ ।

କର୍କଟ : ସବୁ କାମ ମନମୁତାବକ ପୂରା ହେବ । କର୍ତ୍ତୃପକ୍ଷ ଆପଣଙ୍କୁ ଉପେଯାଗୀ ବସ୍ତୁ ଉପହାର ଦେବେ । କ୍ୟାରିୟରକୁ ନେଇ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନେବେ ।

ସିଂହ : ପାରିବାରିକ କାମରେ ସମ୍ପର୍କୀୟଙ୍କ ସହଯୋଗ ପାଇବେ । କୌଣସି ବନ୍ଧୁ ଆପଣଙ୍କୁ ଭେଟିବା ପାଇଁ ଘରକୁ ଆସିବେ । ଆର୍ଥିକ ସ୍ଥିତି ଭଲ ରହିବ । ଜମି କିଣିବା ଲାଗି ଯୋଜନା କରିବେ ।

କନ୍ୟା : ଚାକିରିଆଙ୍କର ମନ ପସନ୍ଦ ଜାଗାକୁ ବଦଳି ହେବ । ଅଫିସରେ ସହକର୍ମୀ ଆପଣଙ୍କ କାମରେ ସହଯୋଗ କରିବେ । ବେପାରରେ ଧନଲାଭର ଅବସର ପାଇବେ ।

ତୁଳା : ନିଜ ବେପାର ବଢାଇବା ପାଇଁ କୌଣସି ବଡ କମ୍ପାନି ସହ ଆଲୋଚନା କରିବେ । ଦାମ୍ପତ୍ୟ ସମ୍ବନ୍ଧ ମଧୁରତାରେ ପୂର୍ଣ୍ଣ ରହିବ । ଇଞ୍ଜିନିୟରଙ୍କ ଲାଗି ଦିନଟି ଭଲ ରହିବ ।

ବିଛା : ଅଫିସ କାମରେ ବ୍ୟସ୍ତ ରହିବେ । ଆର୍ଥିକ କ୍ଷେତ୍ରରେ ସ୍ଥିରତା ବଜାୟ ରହିବ । ନୂଆ ବାହନ କିଣିବା ଲାଗି ଦିନଟି ଶୁଭ । ପ୍ରେମ ସମ୍ବନ୍ଧରେ ପ୍ରଗାଢତା ଆସିବ । ଛାତ୍ରଙ୍କ ଲାଗି ଦିନଟି ଭଲ ।

ଧନୁ : ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ଅଧିକ ମଜଭୁତ ହେବ । ନୂଆ କାମରେ ରୁଚି ବଢିବ । ଚାକିରିଆଙ୍କ ଲାଗି ପଦୋନ୍ନତି ଯୋଗ ଅଛି । ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ ।

ମକର : ବେପାରରେ ଲାଭ ହେବ । ବନ୍ଧୁଙ୍କୁ ସାହାର୍ଯ୍ୟ କରିବା ଲାଗି ପାଇଁ ତାଙ୍କ ଘରକୁ ଯିବେ । ଅଫିସରେ କାମକୁ ନେଇ କର୍ତ୍ତୃପକ୍ଷ ପ୍ରଶଂସା କରିବେ । ପାରିବାରିକଜ ଜୀବନ ସୁଖକର ହେବ ।

କୁମ୍ଭ : ଅଧିକ କ୍ରୋଧ କଲେ କାମରେ କ୍ଷତି ହୋଇପାରେ । କଳାତ୍ମକ କାଯ୍ୟରେ ଆପଣଙ୍କର ରୁଚି ବଢିବ । ନୂଆ ପ୍ରକଳ୍ପରେ କାମ କରିବା ପୂର୍ବରୁ ବନ୍ଧୁଙ୍କ ପରାମର୍ଶ ନେଲେ ଲାଭ ହେବ ।

ମୀନ : ଶିକ୍ଷାର୍ଥୀ ଅନଲାଇନ୍ କ୍ଲାସରେ କିଛି ନୂଆ ଶିଖିବାକୁ ପାଇବେ । ଜୀବନସାଥିଙ୍କୁ ଭଲ ଉପହାର ଦେବେ । ଗୃହିଣୀ ଘର କାମ ଶେଷ କରି ପରିବାର ଲୋକଙ୍କ ପ୍ରତି ଧ୍ୟାନ ଦେବେ ।

Leave a Reply

Your email address will not be published. Required fields are marked *