ବାଲିଆପାଳ : ବାଲିଆପାଳର ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ ସୃଜନିକାର ୧୭ ତମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ରବିବାର ବ୍ଲକଛକ ସ୍ଥିତ ଏ ସ୍ କେ ଜି ସାରସ୍ୱତ ଟ୍ରଷ୍ଟ ଓ ପାଠାଗାର ପରିସରରେ ପାଳିତ ହୋଇଛି । ଏଥିରେ କବିତା ପାଠଚକ୍ର, ବନ୍ଧୁ ମିଳନ, ସାହିତ୍ୟ ସଭା, ପୁସ୍ତକ ଓ ପତ୍ରିକା ଉନ୍ମୋଚନ, ସମ୍ବର୍ଦ୍ଧନା ପର୍ବ, ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ବାଲେଶ୍ଵର ରେବତୀ ପତ୍ରିକାର ସମ୍ପାଦିକା ସୁବାସିନୀ ଜେନା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବାବେଳେ, ଦୈନିକ ଖବରକାଗଜ ସେଇଠୁ ଆରମ୍ଭର ସମ୍ପାଦକ ଶୁଭେନ୍ଦୁ ଦାସ, ଅପରାହ୍ନର ସମ୍ପାଦକ ବଂଶୀଧର ଜେନା, ସମୟର ଚକ୍ରର ସମ୍ପାଦକ ସର୍ବେଶ୍ୱର ଜେନା, ଯୋଗୀ ଓ ସାହିତ୍ୟିକ ବଂଶୀଧର ମିଶ୍ର, ପୂର୍ବତନ ଡ଼ି ଆଇ ଓ ସୁ ସାହିତ୍ୟିକ ସୁବାଷ ଚୌଧୁରୀ, ବାଦୀପାଲା ଗାୟକ ମହେଶ୍ୱର ଘଡାଇ, ପୁଟୁରା ସରପଞ୍ଚ ରାଧାକୃଷ୍ଣ ବେହେରା, ମୁକୁଳିସି ସରପଞ୍ଚ ଅମିତ କୁମାର ବିଶ୍ବାଳ, ସୁବକ୍ତା ବସନ୍ତ କୁମାର ବାରିକ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଅଜୟ କୁମାର ସାହୁ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ବଳରାମ ସାହୁ ପ୍ରମୁଖ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦାନ କରି ନିଜର ବକ୍ତବ୍ୟ ରଖିଥିଲେ । କବିତା ଆସରରେ ସ୍ଥାନୀୟ ଅଞ୍ଚଳର କବିମାନେ ନିଜର କବିତା ପାଠକରି ଦର୍ଶକଙ୍କ ମନକୁ ଛୁଇଁ ପାରିଥିଲେ । ତେବେ ସାରଶ୍ବତ ଟ୍ରଷ୍ଟ ସୃଜନିକାର ୧୭ ତମ ବାର୍ଷିକ ଉତ୍ସବରେ ଅତିଥିମାନଙ୍କ ଦ୍ଵାରା ସୃଜନିକା ପତ୍ରିକା ଉନ୍ମୋଚିତ ହୋଇଥିଲା । ପୁଟୁରା ପଞ୍ଚାୟତର ସରପଞ୍ଚ ରାଧାକୃଷ୍ଣ ବେହେରାଙ୍କୁ ଟ୍ରଷ୍ଟ ପକ୍ଷରୁ ମୁଖ୍ୟ ଅତିଥି ସୁବାଶିନି ଜେନା ଉତ୍ତରୀ ପୁଷ୍ପଗୁଚ୍ଛ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ସାରସ୍ବତ ଟ୍ରଷ୍ଟର ମୁଖ୍ୟ ଅଦ୍ଧାପକ ସୁକାନ୍ତ କୁମାର ଗିରି ମଞ୍ଚ ପରିଚାଳନା କରିଥିଲେ ।
