କୂଅରେ ପଡି ଷଣ୍ଢର ମୃତ୍ୟୁ

ବାଲିଆପାଳ : ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ବଳରାମପୁର ଗ୍ରାମପଞ୍ଚାୟତ କାଳନ୍ଦା ଗ୍ରାମରେ ଏକ କୂଅରେ ଷଣ୍ଡଟିଏ ପଡି ମୃତ୍ୟୁବରଣ କରିଛି l ସୂଚନାରୁ ପ୍ରକାଶ କିଛି ଲୋକଙ୍କ କହିବା କଥା ଅନୁସାରେ ଦୁଇଟି ଷଣ୍ଢଙ୍କ ଭିତରେ ଲଢେଇ ଚାଲିଥିବାର ଦେଖିଥିଲେ ବୁଧେ ହୁଏ ସେହି କାରଣରୁ ଷଣ୍ଢଟି କୂଅରେ ପଡିଥିବାର ଅନୁମାନ କରୁଛନ୍ତି l ସକାଳେ ଗ୍ରାମବାସୀ ଦେଖିବାକୁ ପାଇବାପରେ ଯଥା ଶୀଘ୍ର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ l ଅଗ୍ନିଶମ ବିଭାଗ ଖବରପାଇ ଘଟଣା ସ୍ଥଳରେ ପହଂଚି ଉକ୍ତ ମୃତ ଷଣ୍ଢଙ୍କୁ କୂଅରୁ ବାହାର କରିଛନ୍ତି l ଗ୍ରାମର ମାଲିକ ଦଇତାରୀ ନାୟକ ସହିତ ଗ୍ରାମର କିଛି ଯୁବକ ମୃତ ଷଣ୍ଢକୁ ଅନ୍ୟତ୍ର ଗଭୀର ଗାତ ଖୁଲି ପୋତାଇ ଦେଇଥିବା ଜଣାପଡିଛି  l

Leave a Reply

Your email address will not be published. Required fields are marked *