Skip to content
ଭୁବନେଶ୍ବର: ଏକ ସାମ୍ବଦିକ ସମ୍ମିଳନୀରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ବାଲେଶ୍ବର ସାଂସଦ ରବିନ୍ଦ୍ର ଜେନା ଭୁଲ ଖବର ପ୍ରକାଶିତ କରିବା ପାଇଁ ଚାପ ପକାଉଛନ୍ତି ଗଣମାଧ୍ୟମ ଉପରେ। ଏବଂ ବାଲେଶ୍ବର ଜିଲ୍ଲାର ଗଣ ମାଧ୍ୟମ ପ୍ରତିନିଧି ମାନେ ସାଂସଦଙ୍କ ଡରରେ ରହୁଛନ୍ତି । ଯାହାଦ୍ବାରା ନିଜର ଅତ୍ମପ୍ରଚାର କରି ଫାଇଦା ନେଉଛନ୍ତି ରବିନ୍ଦ୍ର ଜେନା । ଜିଲ୍ଲାରେ ହେବାକୁ ଯାଉଥିବା ବିଭିନ୍ନ ପ୍ରକଳ୍ପ ଯଥା- ସୁବର୍ଣ୍ଣରେଖା ବନ୍ଦର, ଇଡକୋ ଟାଓ୍ବାର, ବାଲଶ୍ବର ରିଙ୍ଗ ରୋଡ ଇତ୍ୟାଦି ପ୍ରକଳ୍ପ ଏବଂ ହୋଇସାରିଥିବା ପ୍ରକଳ୍ପ ତାମୁଳିଆ ଓଭର ବ୍ରିଜ ଯାହା ରାଜ୍ୟ ଓ କେନ୍ଦ୍ର ସହଭାଗିତାରେ ନିର୍ମାଣ ହୋଇଥିବା ବେଳେ ସାଂସଦ ନିଜେ ଏହାର ବାହା ବାହା ନେଉଛନ୍ତି ବୋଲି କହିଛନ୍ତି । ଏବଂ ବାଲେଶ୍ବର ଗଣମାଧ୍ୟମ ଅଧିକାରୀ ମାନେ ସାଂସଦଙ୍କ ଚାପରେ ଭୁଲ ଖବର ପ୍ରକାଶିତ କରୁଛନ୍ତି ବୋଲି କହିଛନ୍ତି ଲେଖାଶ୍ରୀ ।
