ଇଞ୍ଜିନରୁ ନିଆଁ ଲାଗି ଜଳିଗଲା ଚଳନ୍ତା ବସ

କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ଆଜି ଭୋର୍ ସମୟରେ ଏକ ଅଭାବନୀୟ ଘଟଣା ଘଟିଛି । ଏଠାକାର କାଞ୍ଜିପାଣି ଘାଟି ନିକଟରେ ଏକ ଚଳନ୍ତା ବସ୍ ଇଞ୍ଜିନରୁ ନିଆଁ ଲାଗି ଜଳିଯାଇଛି ।

ସୂଚନା ଅନୁଯାୟୀ, ରାଉରକେଲାରୁ ପାଖାପାଖି ୩୦ ଯାତ୍ରୀଙ୍କୁ ନେଇ ‘ପାଢ଼ୀ’ ବସ୍ କେନ୍ଦୁଝର ଆସୁଥିଲା । କାଞ୍ଜିପାଣି ଘାଟି ନିକଟରେ କୌଣସି କାରଣରୁ ଇଞ୍ଜିନରୁ ନିଆଁ ଲାଗି ଯାଇଥିଲା ।

ବସ୍ ଭିତରେ ଥିବା କେ‌ତେକ ଯାତ୍ରୀ ବସ ଇଞ୍ଜିନରୁ ଧୂଆଁ ବାହାରିବା ଦେଖି ବସକୁ ଅଟକାଇବାକୁ କହିଥିଲେ । ଏହାପରେ ବସଟି ଅଟକିଥିଲା । ଏହାପରେ ସେଥିରୁ ସୁରକ୍ଷିତ ଭାବେ ସବୁ ଯାତ୍ରୀ ନିଜର ଜିନିଷପତ୍ର ସହିତ ଓହ୍ଲାଇ ପଡ଼ିଥିଲେ । କିନ୍ତୁ ବସଟି ସଂପୂର୍ଣ୍ଣ ଜଳିଯାଇଥିଲା । ଏଣେ ଅନ୍ୟ ଏକ ବସରେ ସମସ୍ତ ଯାତ୍ରୀ ଗନ୍ତବ୍ୟସ୍ଥଳକୁ ଯାଇଥିବାର ସୂଚନା ମିଳିଛି । ତେବେ ବସରେ କିପରି ନିଆଁ ଲାଗିଥିଲା ତାହା ଜଣାପଡ଼ିନାହିଁ । ଏଣେ ସର୍ଟସର୍କିଟ୍ ଯୋଗୁଁ ନିଆଁ ଲାଗିଥିବାର ଅନୁମାନ କରାଯାଉଛି ।

Leave a Reply

Your email address will not be published. Required fields are marked *