ଆସନ୍ତାକାଲି ଠାରୁ ରାଜ୍ୟରେ କାଳବୈଶାଖୀ ବର୍ଷାର ସମ୍ଭାବନା

ଭୁବନେଶ୍ୱର : ଆସନ୍ତାକାଲି ଠାରୁ ରାଜ୍ୟରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି । ଫଳରେ ଆସନ୍ତା ୫ ଦିନ ରାଜ୍ୟରେ ତାପମାତ୍ରା ଅପେକ୍ଷାକୃତ କମ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ ଆକଳନ କରିଛି । ପାଣିପାଗ କେନ୍ଦ୍ର ସୂଚନା ଉନୁଯାୟୀ ଗତ ୨ ଦିନ ଅପେକ୍ଷା ଶୁକ୍ରବାର ରାଜ୍ୟର ତାପମାତ୍ରା ଅପେକ୍ଷାକୃତ କମ ରହିଥିଲା ।

ମାତ୍ର ୫ଟି ସହରର ତାପମାତ୍ରା ଅପେକ୍ଷାକୃତ ୪୦ ଡିଗ୍ରୀ ଅତିକ୍ରମ କରିଥିବା ବେଳେ ସର୍ବୋଚ୍ଚ ତାପମାତ୍ରା ବୌଦ୍ଧରେ ରେକର୍ଡ ହୋଇଥିଲା । ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା କାଲି କୋରାପୁଟ, ମାଲକାଲଗିରି ରାୟଗଡ, ନବରଙ୍ଗପୁର, ନୂଆପଡା କଳାହାଣ୍ଡି ଗଜପତି ଓ ମୟୁରଭଞ୍ଜ ଆଦି ଜିଲ୍ଲାରେ ବିଜୁଳି ଘଡଘ଼ଡି ସହ ବର୍ଷା ହେବ ।

ପରେ ପରେ ରାଜ୍ୟର କାଳବୈଶାଖୀ ବର୍ଷାର ବିସ୍ତୃତ ବଢିବ । ୧୨ ତାରିଖ ଦିନ ମାଲକାଲଗିରି କୋରାପୁଟ ନବରଙ୍ଗପୁର ନୂଆପଡା କଳାହାଣ୍ଡି, କନ୍ଧମାଳ ରାୟଗଡା ଗଞ୍ଜାମ, ବଲାଙ୍ଗୀର ଆଦି ଜିଲ୍ଲାରେ ଝଡବର୍ଷା ଲାଗି ରହିବ । ୧୪ ତାରିଖ ଯାଏ ରାଜ୍ୟରେ କାଳବୈଶାଖୀ ଥିବାରୁ ବିଭିନ୍ନ ଜିଲ୍ଲାକୁ ଆସନ୍ତା ୪ ଦିନ ପାଇଁ ୟୋଲୱାର୍ଣ୍ଣି ଜାରି କାରଯାଇଛି ।

Leave a Reply

Your email address will not be published. Required fields are marked *