ତିନିମାସ ହେବ ଇନ୍ତାଲିଗୁଡା ଗାଁର ପ୍ରାୟ ୩୦ ରୁ ୪୦ ଜଣ ହିତାଧିକାରୀ ଭତ୍ତା ପାଇନଥିବା ଅଭିଯୋଗ

କଲ୍ୟାଣସିଂହପୁର : ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତର ଇନ୍ତାଲିଗୁଡା ଗ୍ରାମବାସୀ ତିନିମାସ ହେବ ଭତ୍ତା ପାଇନଥିବା ଅଭିଯୋଗ କରିଛନ୍ତି । ସରକାର ତରଫରୁ ମଧୁବାବୁ ପେନସନ ଯୋଜନାରେ ବିଧବା, ବାର୍ଦ୍ଧକ୍ୟ, ବିକଳାଙ୍ଗଙ୍କୁ ପେନସନ ଯୋଗାଇ ଆସୁଥିବା ବେଳେ ତିନିମାସ ହେବ ଇନ୍ତାଲିଗୁଡା ଗାଁର ପ୍ରାୟ ୩୦ ରୁ ୪୦ ଜଣ ହିତାଧିକାରୀ ଭତ୍ତା ପାଇନଥିବା ଅଭିଯୋଗ କରିଛନ୍ତି ।

ସେମାନେ ହିକକା ସେଲି, କୁଲେସିକା ଦୀପ, କୁଲେସିକା ମାଝିବାଣୀ, ହିକକା ଜିଟୁ, ମାଝିୱାଣୀ ହିକକା, ପ୍ରାସ୍କା ଲାଚିକା, ମିଲାପୁଇ କୁଲେସିକା, ହିକକା କ୍ରିଷ୍ଣା, କୁନାକାନିଳାଇ, କୁନାକାଆପେୟା, କୁନାକା ସାଲାଇ, କୁନାକା ଦାସ, କୁନାକା ଗେଡା, କୁନାକା କାଳିଆ, କୁନାକା କମଳା, ହିକକା ଲଖଣ, କୁନାକା ରାଧାମା, ହିକକା ନୀଳକଣ୍ଠ, ହିକକା ଆଲେ ପ୍ରମୁଖକୁ ଚଳିତ ବର୍ଷ ମାର୍ଚ୍ଚ ମାସ ଠାରୁ ଭତ୍ତା ମିଳିନଥିବା ଅଭିଯୋଗ କରିଛନ୍ତି । ଟଙ୍କା ହାତକୁ ଦେଇନାହାନ୍ତି କି ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା କରିନଥିବା ମହିଳାମାନେ କହିଛନ୍ତି । ଏ ବିଷୟରେ ପଞ୍ଚାୟତ କାର୍ୟ୍ୟନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ମାଣ୍ଡାଙ୍ଗିଙ୍କୁ ପଚାରିବାରୁ ସେ କହିଲେ ବିଡ଼ିଓ ଓ ମୋ ପାଖରେ ଖବର ଅଛି । ବ୍ୟକ୍ତି ଗତ କୌଣସି କାରଣ ଯୋଗୁଁ କିଛି ହିତାଧିକାରୀଙ୍କ ଟଙ୍କା ରହିଯାଇଛି । ଆଉ କିଛି ହିତାଧିକାରୀଙ୍କ ଟଙ୍କା ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଦିଆଯାଇଛି । ତାହା କୌଣସି କାରଣରୁ ବନ୍ଦ ରହିଛି । ଏପରି ପ୍ରାୟ ଚାରି ରୁ ପାଞ୍ଚ ଖଣ୍ଡ ଗାଁକୁ ଟଙ୍କା ଦେବାର ରହିଛି । ସେମାନଙ୍କୁ ଆସ୍ତେ ଆସ୍ତେ କରି ଟଙ୍କା ଦିଆଯିବ ବୋଲି କହିଛନ୍ତି । ଏ ବିଷୟରେ ବିଡ଼ିଓ ତାପସ କୁମାର ଭୋଇଙ୍କୁ ଯୋଗାଯୋଗ ହୋଇପାରୁ ନାହିଁ ।

Leave a Reply

Your email address will not be published. Required fields are marked *