କଟକ : ବାରବାଟୀ ଷ୍ଟାଡ଼ିୟମରେ ରବିବାର ଖେଳାଯିବାକୁ ଥିବା ଭାରତ ଓ ଦକ୍ଷିଣ ଆଫ୍ରିକା ଟି୨୦ ମ୍ୟାଚ ଲାଗି ୫୦୦୦ ଟିକଟ ଅନଲାଇନରେ ବିକ୍ରି କରାଯାଇଥିଲା । ଅନ୍ଲାଇନରେ ଟିକଟ ବୁକିଂ କରିଥିବା ଦର୍ଶକ ସେମାନଙ୍କ ମୂଳ କପିକୁ ଦେଖାଇ ଅସଲି ଟିକଟ ୯ ଓ ୧୦ ତାରିଖରେ କେମ୍ବ୍ରିଜ ସ୍କୁଲ ନିକଟରୁ ହାସଲ କରିପାରିବେ ବୋଲି ସୂଚନା ଦିଆଯାଇଥିଲା । ଅନ୍ଲାଇନରେ ଟିକଟ ବୁକିଂ କରିଥିବା ଦର୍ଶକ ମୂଳ କପି ସହ ଗୁରୁବାର କେମ୍ବ୍ରିଜ ସ୍କୁଲ ନିକଟରେ ଅସଲି ଟିକଟ ନେବା ଲାଗି ଧାଡ଼ି ଲଗାଇଥିଲେ । କିନ୍ତୁ କୌଣସି ମୂଳ ଟିକଟ ପ୍ରଦାନ କରାଯାଇନଥିଲା । ଯାହାକୁ ନେଇ ଅନ୍ଲାଇନରେ ଟିକଟ ବୁକିଂ କରିଥିବା କ୍ରିକେଟପ୍ରେମୀ ହୋ ହାଲ୍ଲା କରିଥିଲେ । ଏପରିକି ଟିକଟ ଲାଗି ଧାରଣାରେ ବସିଥିଲେ । ପରେ ବୁଝାସୁଝା ପରେ ଧାରଣାରୁ ଉଠିଥିଲେ । ଶୁକ୍ରବାର ଉକ୍ତ ଟିକଟ ପ୍ରଦାନ କରାଯିବ ।
