ବାରିପଦା : ଶିମିଳିପାଳ ଅଭୟାରଣ୍ୟ ପରିଦର୍ଶକ ତଥା ପର୍ଯ୍ୟଟକଙ୍କ ପାଇଁ ଆଗାମୀ ୧୬ ରୁ ବନ୍ଦ ରହିବ । ପ୍ରତି ବର୍ଷ ଜୁନ ୧୬ ରୁ ଅକ୍ଟୋବର ୩୧ପର୍ଯ୍ୟନ୍ତ ବର୍ଷା ଋତୁ ପାଇଁ ପର୍ଯ୍ୟଟକଙ୍କ ଲାଗି ଶିମିଳିପାଳ ବନ୍ଦ କରାଯାଇଥାଏ । ଉଲ୍ଲେଖଯୋଗ୍ୟ ଯେ ଯଶିପୁର କାଳିଆଣି ତନଖି ଫାଟକ ଏବଂ ବାରିପଦାରୁ ଲୁଲୁଂ ପଟେ ପିଠାବଟା ଫାଟକ ଦେଇ ପର୍ଯ୍ୟଟକଙ୍କୁ ନଭେମ୍ବର ପହିଲାରୁ ଶିମିଳିପାଳ ପରିଦର୍ଶନ ସକାଶେ ଅନୁମତି ଦିଆଯାଇଥାଏ ।
