ମେଷ : ସୁସ୍ଥ ଓ ନିରାମୟ ରହିବେ । ଭାଇମାନଙ୍କ ଉପରେ ସ୍ନେହଭାବ ରହିବ । ଅନାବଶ୍ୟକ ଖର୍ଚ୍ଚର ସମ୍ମୁଖୀନ ହୋଇପାରନ୍ତି । ଚତୁର ଓ ଶତ୍ରୁହନ୍ତା ହେବେ । ଚାକିରିରେ ସ୍ବନାମଧନ୍ୟ ହେବେ ।
ବୃଷ : କର୍ମଚଞ୍ଚଳ ରହିବେ । କନ୍ୟା ସନ୍ତାନ ପାଇଁ ଗର୍ବିତ ହେବେ । ହଠାତ୍ କିଛି ଧନ ପ୍ରାପ୍ତିର ସୂଚନା ମିଳୁଛି । ଆର୍ଥିକ ଧାରା ବ୍ୟବସାୟାଦି ବିଭିନ୍ନ ଦିଗରୁ ଆସିବ । ଉତ୍ତମ ବ୍ୟକ୍ତିତ୍ବସମ୍ପନ୍ନ ହେବେ ।
ମିଥୁନ : ଉଦାର ପ୍ରକୃତିର ହେବେ । ଦାନଧର୍ମରେ ଦୀକ୍ଷିତ ହୋଇପାରନ୍ତି । ସୁସ୍ଥ ଓ ନିରାମୟ ରହିବେ । ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ । କୃଷି କର୍ମରୁ ଲାଭବାନ୍ ହେବେ। ପ୍ରେମୀ ଓ ବୁଦ୍ଧିମାନ୍ ହେବେ ।
କର୍କଟ : ମନ ପ୍ରସନ୍ନ ରହିବ । ଈଶ୍ବରୀୟ ଚେତନାରେ ଉଦ୍ବୁଦ୍ଧ ହେବେ । ଭାଷା ଓ ବ୍ୟବହାର ଭଦ୍ରୋଚିତ ହେବ । ପ୍ରେମୀ ଓ ସାହସୀ ହେବେ । ସାନଭାଇମାନଙ୍କ ଠାରୁ ଭକ୍ତି ସମ୍ମାନ ମିଳିବ। ସର୍ବତ୍ର ବିଜୟୀ ହେବେ ।
ସିଂହ : ଭାଗ୍ୟଶାଳୀ ହୋଇପାରନ୍ତି । ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ, ଉଦାର ଚରିତ୍ର ଓ ବିଦ୍ୟାପ୍ରେମୀ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ମିତ୍ରଙ୍କ ସହାୟତା ମିଳିବ। ଧନାଗମ ହେବ ।
କନ୍ୟା : ଆୟ ଆଶାନୁରୂପ ହେବ । ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି । ମାଲିମୋକଦ୍ଦମାରେ ବିଜୟୀ ହେବେ । ଧନଲାଭ ହେବ । ଆଖିରେ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି। ବିଦ୍ବାନ୍ ଓ ଶାସ୍ତ୍ରଜ୍ଞ ହେବେ ।
ତୁଳା : କର୍ମଚଞ୍ଚଳ ରହିବେ । ଏକାନ୍ତରେ ମୌନ ରହି କୃଚ୍ଛ୍ର ସାଧନାରେ ବ୍ରତୀ ହୋଇପାରନ୍ତି । ମଧୁର କଥାରେ ପରକୁ ଆପଣାର କରିବେ । ରାଜଯୋଗ ଭୋଗ ଅଛି । ଧାର୍ମିକ କାର୍ଯ୍ୟରେ ଧନ ବ୍ୟୟ କରିବେ ।
ବିଛା : ସୁସ୍ଥ ଓ ନିରାମୟ ରହିବେ । ଯଶସ୍ବୀ ହେବେ । ଲୋକପ୍ରିୟତା ଅର୍ଜନ କରିପାରନ୍ତି । କର୍ମଚଞ୍ଚଳ ରହିବେ । ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି ।
ଧନୁ : କୁଳ ପ୍ରଦୀପ ହେବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ରହିବେ । ଦୟାଳୁ ସ୍ବଭାବର ହେବେ । ବ୍ୟବସାୟ ଲାଭଜନକ ହେବ । ଯଶସ୍ବୀ ହେବେ । ନିଜ ପରିବାର ପ୍ରତି ସ୍ନେହ ସଦ୍ଦିଚ୍ଛା ଭାବ ରହିବ ।
ମକର : ଭାଗ୍ୟଶାଳୀ ହୋଇପାରନ୍ତି । ଭୋଗୀ ଓ ବିଳାସୀ ହେବେ । ଦିନଟି ସୁଖ-ସମୃଦ୍ଧିପୂର୍ଣ୍ଣ ହେବ । ଧର୍ମାତ୍ମା, ବିଦ୍ବାନ୍, ସାହସୀ ଓ ସମ୍ପତ୍ତିବାନ୍ ହେବେ । ଉଦ୍ୟୋଗୀ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।
କୁମ୍ଭ : ସ୍ବାଭିମାନୀ ହେବେ । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି । ଅଂଶୁଘାତ ପ୍ରତି ସତର୍କ ରହିବେ । ମନୋବଳ ବୃଦ୍ଧି ହେବ । ଅସାଧ୍ୟ ସାଧନ କରିବାରେ ସଫଳ ହେବେ ।
ମୀନ : ବ୍ୟବସାୟ ଲାଭଜନକ ହେବ । ସମାଜସେବୀରେ ନିଜକୁ ନିୟୋଜିତ କରିପାରନ୍ତି । ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ । ମନରେ ଉପୁଜିଥିବା ଅହଂଭାବକୁ ବିସର୍ଜନ ଦେଇପାରନ୍ତି । ପତ୍ନୀଙ୍କ ପରାମର୍ଶରେ ଚଳିବେ ।
