ସରକାରୀ ଜାଗାରେ ଘର କରିବାକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ବିବାଦ

ମାଲକାନଗିରି : ସରକାରୀ ଜାଗାରେ ଘର କରିବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ୍ ଅନ୍ତର୍ଗତ ଏମଭି ୧୨୬ ଗାଁର କିଛି ବଙ୍ଗାଳୀ ଲୋକ ମୁଖ୍ୟ ରାସ୍ତା କଡରେ ଥିବା ସରକାରୀ ଜମିରେ ଦୋକାନ ଓ ଘର ନିର୍ମାଣ କରି ଦୀର୍ଘ ୪୦ ବର୍ଷ ଧରି ରହି ଆସୁଛନ୍ତି । ହେଲେ କିଛି ଆଦିବାସୀ ନେତାଙ୍କ ପରାମର୍ଶରେ ବୁଧବାର ରାତିରେ ସ୍ଥାନୀୟ କିଛି ଆଦିବାସୀ ଯୁବକ ତାର ବାଡ ପକାଇ ସାହିକୁ ନିଜ କବଜାରେ ନେବକୁ ଚେଷ୍ଟା କରିଥିଲେ ।

ଏହି ଘଟଣାକୁ ନେଇ ଏମଭି ୧୨୬ ଗାଁ ଲୋକେ ପୋଲିସ ଓ ପ୍ରଶାସନକୁ ଖବର ଦେଇଥିଲେ ହେଁ ବର୍ତ୍ତମାନ ସୁଦ୍ଧା କେହି ଘଟଣାସ୍ଥଳରେ ପହଞ୍ଚି ନଥିବାରୁ ଲୋକେ ଉତ୍ତେଜିତ ହୋଇ ରାସ୍ତାରୋକ କରିଛନ୍ତି । ଫଳରେ ୩୨୬ ନମ୍ବର ଜାତୀୟ ରାଜପଥର ଅନେକ ଯାନବାହନ ଅଟକି ରହିଛି । ତା’ର ବାଡ ହଟା ନଯିବା ପର୍ଯ୍ୟନ୍ତ ରାସ୍ତାରୋକ ହଟିବ ନାହିଁ ବୋଲି ବଙ୍ଗାଳୀ ଲୋକେ ଧମକ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *