ପିଇବା ପାଣି ପାଇଁ ରାସ୍ତାରେ ଗ୍ରାମବାସୀ

ନୀଳଗିରି : ପିଇବା ପାଣି ପାଇଁ ଡହଳ ବିକଳ ଜାମବଣି ଗ୍ରାମବାସୀ । ଗରା ବାଲ୍‌ଟି ଧରି ମିତ୍ରପୁର ଅଯୋଧ୍ୟା ରାସ୍ତାର ଜାମବଣି ଛକରେ ରାସ୍ତାରୋକ କରିଛନ୍ତି ଗ୍ରାମବାସୀ ।

ଖବର ଅନୁଯାୟୀ, ଗାଁରେ ଥିବା ପାଣି ଟାଙ୍କି କିଛିଦିନ ହେବ ଅଚଳ ହୋଇଯାଇଛି । ବାରମ୍ବାର ଅଭିଯୋଗ ପରେ ବି କେହି ଶୁଣିନଥିଲେ । ଶେଷରେ କିଛି ଉପାୟ ନପାଇ ଗ୍ରାମବାସୀମାନେ ରାସ୍ତା ଅବରୋଧ କରିଛନ୍ତି । ସକାଳ ଠାରୁ ଏବେ ଯାଏଂ ରାସ୍ତାରେ ବସି ପ୍ରତିବାଦ କରୁଛନ୍ତି ଗ୍ରାମବାସୀ । ଧାରଣାର କିଛି ସମୟ ପରେ ଵିଭାଗୀୟ ଅଧିକାରୀମାନେ ପହଁଚି ସମସ୍ୟାର ସମାଧାନ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା ।

Leave a Reply

Your email address will not be published. Required fields are marked *