ଦୁଇ ତାଲାରୁ ଖସି ଯୁବ ଶ୍ରମିକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ସାରା ରାତି ଧାରଣା

ସୋର : ଦୁଇ ତାଲାରୁ ଖସି ଯୁବ ଶ୍ରମିକଙ୍କ ମୃତ୍ୟୁ । ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା, ସାରା ରାତି ଧାରଣା । କ୍ଷତିପୂରଣ ଦାବିରେ ଗତକାଲି ଦିନ ୧୨ଟା ରୁ ମୃତଦେହ ରଖି ପରିବାର ଲୋକେ ଓ ଗ୍ରାମବାସୀ ଧାରଣା ଦେଇଛନ୍ତି । ସାରା ରାତି ଏହି ଧାରଣା ଚାଲିଥିବା ବେଳେ ଘଟଣା ସ୍ଥଳରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଛି ।

ଖବର ଅନୁଯାୟୀ ବାଲେଶ୍ବର ଜିଲ୍ଲା ସୋର ପୌରପାଳିକା ତୁଣ୍ଡପଡା ଗାଁର ନଖିଆ ବାରିକଙ୍କର ଦୁଇ ତାଲା ବିଶିଷ୍ଟ ନୂଆ ପକ୍କା ଘର କାମ ଚାଲିଛି । କେଦାରପୁର ପଞ୍ଚାୟତ କିଆରପୁରର ନିର୍ମଳ ବେହେରା ସେଠାରେ କାମ କରୁଥିଲେ । କାମ କରିବା ସମୟରେ ଛାତରୁ ଖସି ପଡି ତାଙ୍କର ମୃତ୍ୟୁ ଘଟିଛି । ନିର୍ମଳ ଛାତରୁ ଖସି ଗୁରୁତର ହୋଇପଡିଥିଲେ, ନିର୍ମାଣାଧୀନ ଘର ମାଲିକ ତାଙ୍କୁ ଡ଼ାକ୍ତରଖାନା ନେଇନଥିବା ଅଭିଯୋଗ ହୋଇଛି । କ୍ଷତିପୂରଣ ଦାବିରେ କିଆରପୁର ଗ୍ରାମବାସୀ ଓ ନିର୍ମଳଙ୍କ ପରିବାର ଲୋକେ ତୁଣ୍ଡପଡା ଗାଁର ନିର୍ମାଣାଧୀନ ଘର ମାଲିକଙ୍କ ଘର ଆଗରେ ମୃତଦେହ ରଖି ରଖି କ୍ଷତିପୂରଣ ଦାବି କରିଛନ୍ତି ।


ସେପଟେ କିଆରପୁର ଗ୍ରାମବାସୀ ଓ ମୃତ ନିର୍ମଳଙ୍କ ପରିବାର ମଙ୍ଗଳବାରଠୁ ଧାରଣାରେ ବସିଥିଲେ ମଧ୍ୟ ନିର୍ମାଣାଧୀନ ଘର ମାଲିକ ନଖିଆ ବାରିକ ଘଟଣା ସ୍ଥଳକୁ ଆସୁ ନଥିବାରୁ ଉତ୍ତେଜନା ପ୍ରକାଶ ପାଇଛି । ଘଟଣା ସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଛି । ନିର୍ମାଣାଧୀନ ଘର ମାଲିକ ନଖିଆ ଘଟଣା ସ୍ଥଳକୁ ନଆସିବାରୁ ଗାଁ ଲୋକେ ଶ୍ରମ ଆଇନର ଆଶ୍ରୟ ନେବେ କହିଛନ୍ତି । ସେପଟେ ପୋଲିସ ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିଛି ।

Leave a Reply

Your email address will not be published. Required fields are marked *