କେନ୍ଦ୍ରିକଳା ପଞ୍ଚାୟତ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ
- ବିଗତ ପାଞ୍ଚ ବର୍ଷ ଧରି ପଞ୍ଚାୟତ ର ଉନ୍ନୟନ ମୂଳକ କାର୍ଯ୍ୟ ନିମନ୍ତେ ସରକାର ଙ୍କ ଠାରୁ ଆସିଥିବା ବିଭିନ୍ନ ଅନୁଦାନ ଅର୍ଥ କୁ କାର୍ଯ୍ୟ ରେ ବିନିଯୋଗ କରାନଯାଇ ସମସ୍ତ ଅର୍ଥ କୁ ହଡ଼ପ କରିଥିବା, ବିଭିନ୍ନ ସମୟରେ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇ ଆସୁଥିଲା। ମନରେଗା କାର୍ଯ୍ୟ ଠାରୁ ଆରମ୍ଭ କରି, ବିଜୁ ପକ୍କା ଘର, କଂକ୍ରିଟ ରାସ୍ତା ନିର୍ମାଣ, ପୋଖରୀ ଉନ୍ନତି କରଣ, ନଳକୂପ ଖନନ ଇତ୍ୟାଦି ବିଭିନ୍ନ କାର୍ଯ୍ୟରେ ମିଥ୍ୟା ଭାଉଚର ତିଆରି କରି ଫଲ୍ସ ବିଲ୍ ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ଜଣାପଡିଛି। ଚଢ଼ାଉ ବେଳେ ବିଭାଗୀୟ ପୂର୍ବତନ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଗତ ପାଞ୍ଚ ବର୍ଷ ର ସଠିକ ଫାଇଲ୍ ପତ୍ର ଦାଖଲ କରିବା ରେ ଅସମର୍ଥ ହୋଇଥିବା ଜଣାପଡିଛି । ଫଳରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଆସନ୍ତା ଦୁଇ ଦିନ ମଧ୍ୟରେ ସମସ୍ତ କାର୍ଯ୍ୟ ର ସମ୍ପୁର୍ଣ୍ଣ କାଗଜ ପତ୍ର ଦାଖଲ କରିବା ନିମନ୍ତେ ତାଗିଦ୍ କରି, ଅନ୍ୟାନ୍ୟ ଫାଇଲ୍ ସହିତ,ବ୍ୟାକଂ ସମ୍ବନ୍ଧିୟ ସମସ୍ତ କାଗଜପତ୍ର ଜବତ କରିଥିଲେ, ଚଢ଼ାଉ ରେ ରାଉରକେଲା ଭିଜିଲାନ୍ସ ବିଭାଗ ଡିଏସପି କଂ ସମେତ ଅନ୍ୟାନ୍ୟ ଅଧିକାରୀ ଚଢ଼ାଉ ରେ ସାମିଲ ଥିବା ଜଣାପଡିଛିକେନ୍ଦ୍ରିକଳା ପଞ୍ଚାୟତ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ
ଵଣାଇଁ ବ୍ଲକ୍ ଅନ୍ତର୍ଗତ କେନ୍ଦ୍ରୀକଳା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଆଜି ପୂର୍ବାହ୍ନ ସମୟରେ ରାଉରକେଲା ଭିଜିଲାନ୍ସ ବିଭାଗ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇଥିବା ଜଣାପଡ଼ିଛି।
ବିଗତ ପାଞ୍ଚ ବର୍ଷ ଧରି ପଞ୍ଚାୟତ ର ଉନ୍ନୟନ ମୂଳକ କାର୍ଯ୍ୟ ନିମନ୍ତେ ସରକାର ଙ୍କ ଠାରୁ ଆସିଥିବା ବିଭିନ୍ନ ଅନୁଦାନ ଅର୍ଥ କୁ କାର୍ଯ୍ୟ ରେ ବିନିଯୋଗ କରାନଯାଇ ସମସ୍ତ ଅର୍ଥ କୁ ହଡ଼ପ କରିଥିବା, ବିଭିନ୍ନ ସମୟରେ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇ ଆସୁଥିଲା। ମନରେଗା କାର୍ଯ୍ୟ ଠାରୁ ଆରମ୍ଭ କରି, ବିଜୁ ପକ୍କା ଘର, କଂକ୍ରିଟ ରାସ୍ତା ନିର୍ମାଣ, ପୋଖରୀ ଉନ୍ନତି କରଣ, ନଳକୂପ ଖନନ ଇତ୍ୟାଦି ବିଭିନ୍ନ କାର୍ଯ୍ୟରେ ମିଥ୍ୟା ଭାଉଚର ତିଆରି କରି ଫଲ୍ସ ବିଲ୍ ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ଜଣାପଡିଛି। ଚଢ଼ାଉ ବେଳେ ବିଭାଗୀୟ ପୂର୍ବତନ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଗତ ପାଞ୍ଚ ବର୍ଷ ର ସଠିକ ଫାଇଲ୍ ପତ୍ର ଦାଖଲ କରିବା ରେ ଅସମର୍ଥ ହୋଇଥିବା ଜଣାପଡିଛି । ଫଳରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଆସନ୍ତା ଦୁଇ ଦିନ ମଧ୍ୟରେ ସମସ୍ତ କାର୍ଯ୍ୟ ର ସମ୍ପୁର୍ଣ୍ଣ କାଗଜ ପତ୍ର ଦାଖଲ କରିବା ନିମନ୍ତେ ତାଗିଦ୍ କରି, ଅନ୍ୟାନ୍ୟ ଫାଇଲ୍ ସହିତ,ବ୍ୟାକଂ ସମ୍ବନ୍ଧିୟ ସମସ୍ତ କାଗଜପତ୍ର ଜବତ କରିଥିଲେ, ଚଢ଼ାଉ ରେ ରାଉରକେଲା ଭିଜିଲାନ୍ସ ବିଭାଗ ଡିଏସପି କଂ ସମେତ ଅନ୍ୟାନ୍ୟ ଅଧିକାରୀ ଚଢ଼ାଉ ରେ ସାମିଲ ଥିବା ଜଣାପଡିଛି
