ବାଣ ନିଆଁ ପଡ଼ି ଜଳିଗଲା ଦୁଇବଖରା

ଧର୍ମଶାଳା : ଧର୍ମଶାଳା ତହସିଲ ଅନ୍ତର୍ଗତ ନେଉଳପୁର ପଞ୍ଚାୟତ କଣ୍ଟାବଣିଆ ଗ୍ରାମର ସାଇରା ବାନୁଙ୍କ ଘରେ ଆଜି ବାଣ ପଡ଼ି ୨ ବଖରା ଜଳି ଯାଇଛି । ବିବାହ ଶୋଭାଯାତ୍ରାରେ ବାଣ ଫୁଟାଯାଉଥିବା ବେଳେ ଏଥିରୁ ନିଆଁ ଖସି ସାଇରାଙ୍କ ଘର ଛଣଛପର ଉପରେ ପଡ଼ିଥିଲା । ସଙ୍ଗେସଙ୍ଗେ ନିଆଁ ପୂରା ଘରକୁ ବ୍ୟାପି ଯାଇଥିଲା ।

ଏହି ଅଗ୍ନିକାଣ୍ତରେ ଘରେ ଥିବା ଧାନଚାଉଳ, ବାସନକୁସନ, ପୋଷାକ ଆଦି ବିଭିନ୍ନ ଆସବାବପତ୍ର ଜଳି ଯାଇଥିଲା । ଏଥିରେ ୫୦ ହଜାର ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ନଷ୍ଟ ହୋଇଥିବା ଆକଳନ କରାଯାଇଛି । ଖବରପାଇ ଚଣ୍ତିଖୋଲ ଅଗ୍ନିଶମ ବାହିନୀ ପହ‌ଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ପରେ ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଅଗ୍ନିବିପନ୍ନ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ପ୍ରଶାସନକୁ ଅନୁରୋଧ କରଛନ୍ତି ।

Leave a Reply

Your email address will not be published. Required fields are marked *