ପୋଖରୀ ଖୋଳା ନାଁରେ କାଟିଦେଲେ ୧୨ ଟି ମୂଲ୍ୟବାନ ଗଛ

ଚମ୍ପୁଆ : ବ୍ଲକ୍‌ ତରଫରୁ ପ୍ରତି ପଞ୍ଚାୟତ ମଧ୍ୟରେ ଏକ ଆଦର୍ଶ ପୋଖରୀ ଖୋଳିବା ପାଇଁ ଯୋଜନା ଥିବାବେଳେ ସୁନା ପଶି ପଞ୍ଚାୟତର ଇନ୍ଦ୍ରପ୍ରସ୍ଥ ଗ୍ରାମରେ ଏକ ପୋଖରୀ ଖୋଳିବା ପାଇଁ କାର୍ଯ୍ୟ ଆରମ୍ଭ କରାଯାଇଅଛି । ଏହି ପୋଖରୀଟିର କାର୍ଯ୍ୟ ବିଭାଗୀୟ ଅଧିକାରୀଙ୍କ ନାମରେ ଥିବାବେଳେ ପଞ୍ଚାୟତର ଜଣେ ଲୋକପ୍ରତିନିଧି ଠିକାଦାର ଭାବେ ଏହି କାର୍ଯ୍ୟ  କରୁଛନ୍ତି । ପୋଖରୀ ହୁଡ଼ାରେ ଥିବା ୧୨ ଟି ମୂଲ୍ୟବାନ ଗଛକୁ କାଟି ପୋଖରୀ ଖୋଳା ହେଉଥିବା ଦେଖି ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ଏ ବାବଦରେ ଗ୍ରାମବାସୀଙ୍କ ତରଫରୁ ବନ ବିଭାଗ ନିକଟରେ ଅଭିଯୋଗ କରାଯାଇଛି । ଅଭିଯୋଗ ପାଇ ବନ ବିଭାଗ ତଦନ୍ତ ଆରମ୍ଭ କରିବା ସହିତ ସଂପୃକ୍ତ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡିଛି । ପୋଖରୀଟି ବିଭାଗୀୟ ଅଧିକାରୀଙ୍କ ନାମରେ କରା ଯାଉଥିବା ବେଳେ ଠିକାଦାରଙ୍କ ନାମରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାରୁ ଗ୍ରାମବାସୀ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।

Leave a Reply

Your email address will not be published. Required fields are marked *