ବାଲିଆପାଳ : ବାଲିଆପାଳ ବ୍ଲକ ଛଡା ଗ୍ରାମରେ ଦୁଇଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଆରମ୍ଭ ହୋଇଛି । ଛଡା ଗ୍ରାମର ଶ୍ରୀ ଜଗନ୍ନାଥ ୟଥ୍ କ୍ଲବ୍ ଆନୁକୁଲ୍ୟରେ ତେନ୍ତୁଳିଆ ପଦାରେ ଆଜି ପ୍ରଥମ ଦିନର ଟୁର୍ଣ୍ଣାମେଣ୍ଟ ଶୁଭାରମ୍ଭ ହୋଇଥିଲା ବେଳେ ବାଲିକୁଟୀ ପଞ୍ଚାୟତର ସରପଞ୍ଚ ପ୍ରତିନିଧି ରାଜେନ୍ଦ୍ର ଧଳ ଫିତାକାଟି ମ୍ୟାଚର ଶୁଭାରମ୍ଭ କରିଥିଲେ । ଆଜି ମୋଟ୍ ଆଠଟି ଟିମ୍ ଅଂଶ ଗ୍ରହଣ କରିଥିବା ବେଳେ ଆସନ୍ତା କାଲି ମଧ୍ୟ ଆଠଟି ଟିମ୍ ଭାଗନେବେ । ତେବେ ବାଲେଶ୍ଵର ଜିଲ୍ଲା ତଥା ମୟୂରଭଞ୍ଜ ଜିଲ୍ଲାରୁ ଟୀମ ମାନ ଅଂଶଗ୍ରହଣ କରୁଥିବା ବେଳେ ବିଜେତା ଟୀମ୍ କୁ କୁଡିଏ ହଜାର ଓ ଟ୍ରଫି ପ୍ରଦାନ ନିମନ୍ତେ ବ୍ୟବସ୍ଥା ହୋଇଥିଲା ବେଳେ ରନର ଟୀମ୍ କୁ ଟ୍ରଫି ସହିତ ଚଉଦ ହଜାର ଟଙ୍କା ଦେବାର ବ୍ୟବସ୍ଥା ହୋଇଛି । ଉକ୍ତ ଟୁର୍ଣ୍ଣାମେଣ୍ଟରେ ରେଫରୀ ଭାବରେ ବି ଏନ୍ ଜେନା, ପାଣ୍ଡୁରାମ ମୁର୍ମୁ, ଭୂଜୁ ମୁର୍ମୁ ଓ ସୁକୁମାର ସୋରେନ କାର୍ଯ୍ୟଭାର ତୁଲାଇଥିବା ବେଳେ ୟୁଥ୍ କ୍ଲବ୍ ର ସଭାପତି ମହେନ୍ଦ୍ର ହାଁସଦା, ଉପସଭାପତି ମାଧ ହେମ୍ବ୍ରମ, ସଂପାଦକ ଟୁନା ହାସଦା, ରାଜେନ୍ଦ୍ର ହାସଦା, ରବିନ୍ଦ୍ର ହେମ୍ବ୍ରମ, କିଶାନ ହେମ୍ବ୍ରମ, ସନାତନ ହେମ୍ବ୍ରମ, ମକରା ହାଁସଦା, ଶିବ ହେମ୍ବ୍ରମ, ଗାଲ ହେମ୍ବ୍ରମ, କାର୍ତ୍ତିକ ମୁର୍ମୁ, ମଦନ ମୁର୍ମୁ ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ । ଆସନ୍ତା କାଲି ଖେଳର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହେବ ।
