ଡଲ୍‌ଫିନ୍ ପିଟି ହେଲା ଡମ୍ପର ପଛରେ

ଭଦ୍ରକ : ଡମ୍ପର ପଛରେ ପିଟି ହେଲା ବସ୍‌। ଫଳରେ ୧୦ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏ ଘଟଣା ଘଟିଛି ଭଦ୍ରକର ଅସୁରା ଛକ ନିକଟରେ। ଡଲ୍‌ଫିନ୍ ନାମକ ଏକ ଘରୋଇ ବସ୍ ଗତକାଲି ବିଳମ୍ବିତ ରାତିରେ ପୁରୀରୁ କୋଲକାତା ଅଭିମୁଖେ ଯାଉଥିବା ବେଳେ ୧୬ ନମ୍ବର ଜାତୀୟ ରାଜପଥରେ ଅସୁରା ଛକ ନିକଟରେ ଏକ ଡମ୍ପର ପଛରେ ପିଟି ହୋଇଯାଇଥିଲା। ଡମ୍ପରଟି ରାସ୍ତା କଡ଼ରେ ଛିଡ଼ା ହୋଇଥିବା ବେଳେ ବସ୍‌ଟି ତା’ ପଛରେ ଧକ୍କା ଦେଇଥିଲା। ଆହତମାନଙ୍କୁ ଉଦ୍ଧାର କରାଯାଇ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଚାରି ଜଣଙ୍କୁ ଡାକ୍ତରଖାନାରେ ରଖାଯାଇଥିବା ବେଳେ ଅନ୍ୟମାନଙ୍କୁ ଚିକିତ୍ସା କରି ଛାଡ଼ି ଦିଆଯାଇଛି। ଯେଉଁ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି ସେମାନେ ହେଲେ ସପନ ଚୌଧୁରୀ ଓ ସିପ୍ରା ଚୌଧୁରୀ। ଏ ଦୁଇ ଜଣ ସ୍ୱାମୀସ୍ତ୍ରୀ। ସେମାନଙ୍କ ଘର ପଶ୍ଚିମବଙ୍ଗର ଟାଳିଗଞ୍ଜ ଅଞ୍ଚଳରେ। ସେହିପରି ଡାକ୍ତରଖାନାରେ ଥିବା ଅନ୍ୟ ଦୁଇ ଆହତଙ୍କ ମଧ୍ୟରେ ଡମ୍ପର ଡ୍ରାଇଭର ବି ଅଛନ୍ତି।

Leave a Reply

Your email address will not be published. Required fields are marked *