ଆଜିର ରାଶିଫଳ

ମେଷ : ଆପଣଙ୍କ ମାନସିକ ସ୍ଥିତି ବହୁତ ଭଲ ରହିବ । ନୂଆ ବିଚାର ସହ କୌଣସି ନୂଆ କାମ ଆରମ୍ଭ କରିପାରନ୍ତି । ତେଜରାତି ବ୍ୟବସାୟୀଙ୍କୁ ଆସାଠୁଁ ଅଧିକ ଲାଭ ମିଳିବ ।

ବୃଷ : ବନ୍ଧୁ ଦେଖା କରିବା ପାଇଁ ଆପଣଙ୍କ ଘରକୁ ଆସିବେ । ଆପଣଙ୍କର ଅଧୁରା କାମ ସମ୍ପୂର୍ଣ୍ଣ ହେବ । କାରବାରରେ ଉନ୍ନତି ହେବ । ଆର୍ଥିକ ସ୍ଥିତି ସୁଦୃଢ ରହିବ । ପ୍ରେମ ସମ୍ବନ୍ଧ ନିବିଡ ହେବ ।

ମିଥୁନ : ବିଶେଷ କାମରେ ଅନ୍ୟମାନଙ୍କ ସାହାର୍ଯ୍ୟ ପାଇବେ । ବ୍ୟବସାୟରେ ବକେୟା ଅର୍ଥ ପାଇବେ । ପରିବାର ଲୋକ ଆପଣଙ୍କ ସବୁ ନିଷ୍ପତ୍ତିକୁ ସମର୍ଥନ କରିବେ ।

କର୍କଟ : ଆପଣଙ୍କ ଭଲ ବ୍ୟବହାରରେ ଆଖପାଖର ଲୋକ ଖୁସି ରହିବେ । ସବୁ କାମ ନିର୍ଦ୍ଧାରିତ ସମୟରେ ସମ୍ପୂର୍ଣ୍ଣ ହୋଇପାରେ । ଆର୍ଥିକ ସ୍ଥିତି ଭଲ ହେଲେ ବି ଭାବିଚିନ୍ତି ଖର୍ଚ୍ଚ କରନ୍ତୁ ।

ସିଂହ : ପରିବାର ସହ ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ । ବ୍ୟବସାୟରେ ଆଶାଠୁଁ ଅଧିକ ଳାଭ ପାଇବେ । ପ୍ରେମୀଯୁଗଳ ପରସ୍ପରଙ୍କ ସହ ଖୁସିର ମୁହୂର୍ତ୍ତ ଅତିବାହିତ କରିବେ ।

କନ୍ୟା : କମ୍ ପରିଶ୍ରମରେ ଯଥେଷ୍ଟ ଲାଭ ପାଇବେ । କ୍ୟାରିୟର ସହ ସଂଲଗ୍ନ ବଡ ସୁଯୋଗ ପାଇବେ । ସମାଜରେ ଆପଣଙ୍କର ପ୍ରତିଷ୍ଟା ବୃଦ୍ଧି ହେବ । ଡାକ୍ତରୀ ଛାତ୍ରଙ୍କ ଲାଗି ଦିନଟି ଭଲ ।

ତୁଳା : ପରିବାରରେ ସୁଖ ଶାନ୍ତି ବଜାୟ ରହିବ । ପିଲାମାନଙ୍କୁ କିଛି ଭଲ ଶିଖାଇବେ । ଅଫିସରେ ଆପଣଙ୍କ କାମରେ କର୍ତ୍ତୃପକ୍ଷ ଖୁସି ରହିବେ । ବ୍ୟବସାୟ ବିସ୍ତାର ଲାଗି ଭାବିବେ ।

ବିଛା : ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରିପାରନ୍ତି । ପରିବାରର କାମରେ ଅଧିକ ଯାଆସ କରିବାକୁ ପଡିପାରେ । କୋର୍ଟ ସମ୍ବନ୍ଧୀୟ କାମରେ ବରିଷ୍ଠଙ୍କ ସାହାର୍ଯ୍ୟ ନେବା ଭଲ ।

ଧନୁ : ଆର୍ଥିକ ସ୍ଥିତିରେ ପ୍ରଗତି ହେବ । ଅଫିସରେ ଆପଣଙ୍କ ବେଶଭୂଷାର ପ୍ରଶଂସା ହୋଇପାରେ । କୌଣସି କ୍ଷେତ୍ରରେ ନିବେଶ ପୂର୍ବରୁ ଭଲ ଭାବରେ ଯାଂଚ କରିନିଅନ୍ତୁ ।

ମକର : ଆପଣଙ୍କର ସବୁ ଅଶାନ୍ତି ଦୂର ହେବ । ସାମାଜିକ ଜୀବନ ସବୁ ଦୃଷ୍ଟିରୁ ଭଲ ରହିବ । ବ୍ୟବସାୟ କ୍ଷେତ୍ରରେ ସାହାଯ୍ୟ ପାଇବେ । ବିଦ୍ୟାର୍ଥୀଙ୍କ ମନ ଲେଖାପଢାରେ ଲାଗି ରହିବ ।

କୁମ୍ଭ : ଜୀବନସାଥୀଙ୍କ ସହ କୋମଳ ଭାଷାରେ କଥାବାର୍ତ୍ତା କରନ୍ତୁ । କାମ ସମ୍ପୂର୍ଣ୍ଣ କରିବାରେ ଅଧିକ ସମୟ ଲାଗିପାରେ । ଆମଦାନି ବଢାଇବାର ନୂଆ ଯୋଜନା ଆପନଙ୍କ ମୁଣ୍ଡକୁ ଆସିପାରେ ।

ମୀନ : ଅତ୍ୟଧିକ ଆତ୍ମବିଶ୍ୱାସ ଆପଣଙ୍କ ଲାଗି ହାନିକାରକ ହୋଇପାରେ । ଚାକିରିଆଙ୍କୁ ନୂଆ କାମ ମିଳିପାରେ । ଭୂସମ୍ପତି କିଣିବା ଯୋଗ ରହିଛି । ଛାତ୍ରଙ୍କ ଲାଗି ଦିନଟି ଭଲ ।

Leave a Reply

Your email address will not be published. Required fields are marked *