ନାବାଳକ ନିଖୋଜ ଘଟଣାକୁ ନେଇ ଏମଭି-୭୨ ଗାଁରେ ଉତ୍ତେଜନା

ମାଲକାନଗିରି : ନାବାଳକ ନିଖୋଜକୁ ନେଇ ଏମଭି-୭୨ ଗାଁରେ ଉତ୍ତେଜନା ଲାଗିରହିଛି । ଗ୍ରାମବାସୀମାନେ ନାବାଳକଙ୍କୁ ଉଦ୍ଧାର କରିବାକୁ ଦାବି କରିଛନ୍ତି । ନାବାଳକକୁ ଉଦ୍ଧାର ଦାବିରେ ଗ୍ରାମବାସୀମାନେ ଆଜି ସକାଳୁ ରାସ୍ତାରୋକ କରିଥିବା ବେଳେ ପୁଲିସର ବହୁ ବୁଝାସୁଝା ପରେ ଲୋକମାନେ ରାସ୍ତାରୋକରୁ ହଟିଛନ୍ତି । ହେଲେ ଏବେ ବି ଗାଁରେ ଉ​‌ତ୍ତେଜନା ଲାଗିରହିଛି । ଉତ୍ତେଜନାକୁ ନିୟନ୍ତ୍ରଣ କରିବାକୁ ପୁଲିସ ପ୍ରୟାସ କରୁଛି । ସେପଟେ ଏନେଇ ଜଣେ ବ୍ୟବସାୟୀଙ୍କ ଉପରେ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ବ୍ୟବସାୟୀ ଜଣକ ନାବାଳକଙ୍କୁ ଅପହାଣ କରିଛନ୍ତି । ଏନେଇ ପୁଲିସ ତଦନ୍ତ କରିବାକୁ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *