ବ୍ୟାନର ଲଗାଇ କିଛି ଦୋକାନୀଙ୍କୁ ତାଗିଦ କଲେ ମାଓବାଦୀ

ପଦ୍ମପୁର : ବରଗଡ ଜିଲ୍ଲା ଅଞ୍ଚଳରେ ଲାଗିଲା ମାଓ ବ୍ୟାନର । ପାଇକମାଲରୁ ପଦ୍ମପୁର ରାସ୍ତା ଭୁଲିଆବନ୍ଧ ଛକ ନିକଟରେ ମାଓ ପୋଷ୍ଟର ଲଗାଯାଇଛି । ପୋଷ୍ଟରରେ କିଛି ଦୋକାନୀଙ୍କୁ ତାଗିଦ କରାଯାଇଛି । ଯେଉଁମାନେ ବେଶୀ ପରିମାଣର ରାସନ ସାମଗ୍ରୀ କିଣୁଛନ୍ତି ସନ୍ଦେହରେ ପୋଲିସକୁ ଖବର ଦେଉଛନ୍ତି ଦୋକାନୀ, ସେମାନଙ୍କୁ ତାଗିଦ କରିଛନ୍ତି ମାଓବାଦୀ । ସେମାନେ ଜାଣିଛନ୍ତି କେଉଁମାନେ ଖବର ଦେଉଛନ୍ତି, ତେଣୁ ସେମାନେ ସୁଧୁରି ଯାଆନ୍ତୁ ନଚେତ ଦଣ୍ଡିତ ହେବେ ବୋଲି ଚେତାବନୀ ଦେଇଛନ୍ତି ମାଓବାଦୀ ସଂଗଠନ ।

ବିଭିନ୍ନ ଗ୍ରାମର କିଛି ଲୋକଙ୍କୁ ସେମାନେ ପୋଲିସ ଇନଫର୍ମର ବୋଲି ସନ୍ଦେହ କରୁଛନ୍ତି । ସେମାନଙ୍କ ନାମ ଓ ଗ୍ରାମର ନାମ ଲେଖା ହୋଇଛି ଏବଂ ସୁଧୁରିଯିବା ପାଇଁ ଚେତାବନୀ ଦେଇଛନ୍ତି ମାଓବାଦୀ । ମାଓବାଦୀ ସଂଗଠନ (BBM), ବରଗଡ଼, ବଲାଙ୍ଗୀର ଓ ମହାସମୁନ୍ଦ ସଙ୍ଗଠନ ଏହି ବ୍ୟାନର ଲଗାଇଛି ।

Leave a Reply

Your email address will not be published. Required fields are marked *