ରସୁଲଗଡ଼ ଛକରେ ସିରିଜ ଦୁର୍ଘଟଣା; ଜଣେ ଗୁରୁତର

ଭୁବନେଶ୍ୱର : ରସୁଲଗଡ଼ ଛକରେ ସିରିଜ ଦୁର୍ଘଟଣା ଘଟିଛି । ରସୁଲଗଡ଼ର ରେଲୱେ ଓଭର ବ୍ରିଜ ଉପରେ ଏକାବେଳେ ତିନୋଟି କାର ମଧ୍ୟରେ ଦୁର୍ଘଟଣା ହୋଇଥିବା ବେଳେ କ୍ରେଟା, ସ୍ବିଫ୍ଟ ଓ  ହୁଣ୍ଡାଇ କାର ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଗୋଟିଏ କାର୍‌ ସମ୍ପୂର୍ଣ୍ଣ ଓଲଟି ପଡ଼ିଥିବା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁସାରେ ଏହି ଦୁର୍ଘଟଣା ଗତକାଲି ବିଳମ୍ୱିତ ରାତିରେ ଘଟିଛି । ଗୋଟିଏ ଟ୍ରକ ଏହି ତିନୋଟି କାରକୁ ଧକ୍କା ଦେଇ ଫେରାର ହୋଇଯାଇଛି । ଦୁର୍ଘଟଣାରେ ଜଣେ କାର ଚାଳକ ଗୁରୁତର ହୋଇଛନ୍ତି । ତାଙ୍କୁ ପିସିଆର ଯୋଗେ କ୍ୟାପିଟାଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *