ବାଲିଆପାଳ : ବାଲେଶ୍ଵର ଜିଲ୍ଲା ବାଲିଆପାଳ ଠାରେ ଥିବା କୃଷି ବିଜ୍ଞାନ କେନ୍ଦ୍ରରେ କେନ୍ଦ୍ରସରକାରଙ୍କ ଆଠ ବର୍ଷ ପୂର୍ତି ସହିତ ସ୍ବାଧୀନତାର ୭୫ ବର୍ଷ ଉପଲକ୍ଷେ ଅମ୍ରିତା ମହୋତ୍ସବ ପାଳନ କରିବା, ଲୋକମାନଙ୍କୁ ସଚେତନ କରାଇବା ସହିତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ସହ କୃଷି ବିଜ୍ଞାନ କେନ୍ଦ୍ରର ପ୍ରଫେସର, ଏସ ଏଚ ଜି ଗୃପର ମହିଳାମାନେ ଯୋଗଦେଇ ପ୍ରଧାନମନ୍ତ୍ରୀଙ୍କ ଗରିବ କଲ୍ୟାଣ ସମ୍ମିଳନୀ ନାମରେ ଉଦଘାଟନ ଉତ୍ସବକୁ ଟିଭି ମାଧ୍ୟମରେ ସିଧାସଳଖ ପ୍ରସାରଣ ଦେଖିଥିଲେ । ଭାରତବର୍ଷର ୩୧୨ ଟି କୃଷି ବିଜ୍ଞାନ କେନ୍ଦ୍ର ଏବଂ ଆଇସିଆର ଇନିଷ୍ଟିଚିଉଡରେ ପ୍ରଦର୍ଶିତ ହୋଇଥିଲା । ପରେପରେ ସାଂସଦ ଅଭିଭାଷଣରେ ଗ୍ରାମରେ ସମସ୍ତେ ନିଜେ ନିଜକୁ ବଦଳାଇବା ସହିତ ଗ୍ରାମର ପରିବେଶକୁ ସୁରକ୍ଷିତ ରଖିବାକୁ ଆହ୍ୱାନ ଦେଇଥିଲେ । ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ, ମନରେଗା, ସ୍ବଛଭାରତ, ପାଣି, ନମାମି ଗଙ୍ଗେ ଉପରେ ପ୍ରଧାନମନ୍ତ୍ରୀଙ୍କର କାର୍ଯ୍ୟକ୍ରମକୁ ଲୋକମାନଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରିଥିଲେ ।
