ଗରୀବ ମୁଣ୍ଡ ଉପରେ ନାହିଁ ଛାତ ; କାହା ପାଇଁ ସରକାରୀ ଯୋଜନା ?

ହରଭଙ୍ଗା : ଗରିବ ଖଟିଖିଆ ପରିବାରକୁ ପକ୍କାଘର ଯୋଗାଇ ଦେବା ପାଇଁ କେନ୍ଦ୍ରସରକାର ପ୍ରଧାନମନ୍ତ୍ରୀ ଆବାସ ଭଳି ଜନହିତକର ଯୋଜନା କାର୍ଯ୍ୟକାରୀ କରିଛନ୍ତି । ମାତ୍ର ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁଶଙ୍ଗ ପଂଚାୟତ ଅର୍ନ୍ତଗତ ଭଗାମୁଣ୍ଡା ଗ୍ରାମର ସୁବାସ ସାହୁ ଭଳି ଖଟିଖିଆ ଶ୍ରେଣୀର ଲୋକ ଏହି ଯୋଜନାର ବାଦପଡିବା ସରକାରଙ୍କ ଆବାସ ଯୋଜନା ହିତାଧିକାରୀ ଚୟନରେ ଆଉ ଏକ ବ୍ୟତିକ୍ରମ ପରୀଲିକ୍ଷିତ ହୋଇଛି । ପ୍ରକାଶ ଯେ ପଞ୍ଚାୟତର ୪ନଂ ଓାର୍ଡ ଅର୍ନ୍ତଗତ ଭଗାମୁଣ୍ଡା ତଳସାହିର ବାସିନ୍ଦା ସୁବାସ ସାହୁ ଜଣେ ଦିନ ଅତ୍ୟନ୍ତ ଗରିବ ଶ୍ରେଣୀର ଲୋକ । ସ୍ତ୍ରୀ, ଏକମାତ୍ର ଝିଅକୁ ନେଇ ତାଙ୍କ ଛୋଟ ସଂସାର । ପ୍ରତିଦିନ ମଜୁରୀ କଲେ ଚୁଲିଜଳେ । ଏଭଳି ଅବସ୍ଥାରେ ରହୁଥିବା ଗରିବ ସୁବାସଙ୍କୁ ମିଳିପାରିନି ଆବାସ ଯୋଜନାରେ ଘର । ମୁଣ୍ଡଗୁଞ୍ଜିବାକୁ ମାଟିକାନ୍ଥ ଆଜେବେଷ୍ଟସ ଘର ଖଣ୍ଡିଏ ରହିଛି । ତୁରନ୍ତ ସୁବାସଙ୍କୁ ଆବାସ ଯୋଜନାରେ ସାମିଲ କରି ପକ୍କା ଘର ଖଣ୍ଡିଏ ଯୋଗାଇ ଦେବାକୁ ଓାର୍ଡସଭ୍ୟ ହରିହର ସାହୁ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *