ବିତିଲାନି ୩ ବର୍ଷ ; କତରବଗା ବଜାର ଉପ-ପ୍ରାଙ୍ଗଣରେ ଫାଟ

ରେଙ୍ଗାଲି : ଚାଷୀମାନେ ସୁବିଧାରେ ଧାନ ବିକ୍ରି କରିପାରିବେ ବୋଲି ରାଜ୍ୟ ସରକାର ବିଭିନ୍ନ ସ୍ଥାନରେ ବହୁ ଟଙ୍କା ଖର୍ଚ୍ଚକରି ନିୟନ୍ତ୍ରିତ ବଜାର ଉପ-ପ୍ରାଙ୍ଗଣ ନିର୍ମାଣର ବ୍ୟବସ୍ଥା କରିଛନ୍ତି । ଏହି ପରିପ୍ରେକ୍ଷୀରେ ରେଙ୍ଗାଲି ବ୍ଳକ୍‌ ରେଙ୍ଗାଲି, କତରବଗା, ଲଇଡା ଆଦି ସ୍ଥାନରେ ପ୍ତତି ବଜାର ଉପ-ପ୍ରାଙ୍ଗଣ ଏକ କୋଟିରୁ ଊର୍ଦ୍ଧ୍ଵ ଟଙ୍କା ବ୍ୟୟରେ ବଜାର ନିର୍ମାଣ ହୋଇଛି । ତେବେ କତରବଗା ଠାରେ ତିଆରି ହୋଇଥିବା ବଜାର ଉପ-ପ୍ରାଙ୍ଗଣ ନିର୍ମାଣ ହେବାର ପ୍ରାୟ ୩ ବର୍ଷ ହୋଇଥିବା ବେଳେ ଘରର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଥିବାର ଦେଖଯାଇଛି । ଫଳରେ ଏହାର ସ୍ଥାୟିତ୍ୱ ନେଇ ଆଶଙ୍କା ପ୍ରକାଶ ପାଇଛି । ନିମ୍ନମାନର କାମ କରାଯାଇଥିବାରୁ ନିର୍ମାଣ ହେବାର ୩ ବର୍ଷରେ ଅଫିସ କୋଠା, ଓାଚ୍‌ ମ୍ୟାନ୍‌ କୋଠରି ଷ୍ଟୋର ରୁମ୍‌ ଆଦିରେ ବଡବଡ ଫାଟ ଦେଖାଦେଇଛି  ।

ଓାଚ୍‌ ମ୍ୟାନ୍‌ କୋଠରିର ଦ୍ୱାର ବନ୍ଧ ଦବି ଯିବା ଫଳରେ କବାଟ ଖୋଲୁ ନାହିଁ । ଠିକ୍‌ ସେହିପରେ ଗେଟ୍‌ ମଧ୍ୟ ଦବି ଯିବା ଫଳରେ ଗେଟର କବାଟ ଜାମ୍‌ ହୋଇ ଖୋଲୁ ନାହିଁ ବୋଲି ଅଭିଯୋଗ ହେଉଛି । ଠିକା ସଂସ୍ଥା ଏବଂ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ମଧୁଚନ୍ଦିକା ହୋଇ ଏଭଳି ନିମ୍ନ ମାନର କାମ କରାଯାଇ ସରାକରୀ ଅର୍ଥ ବାଟମାରଣା ହୋଇଥିବାର ଚାଷୀ ମହଲରେ ଅଭିଯୋଗ ହେଉଛି । ନିର୍ମାଣ ହେବାର ୩ ବର୍ଷ ପରେ ଯଦି ଏଭଳି ଅବସ୍ଥା ତା ହେଲେ ଆଗାମୀ ଦିନରେ ଏହାର ଅବସ୍ଥା କେତେ ଦୟନୀୟ ହେବ ତାହା ସହଜେ ଅନୁମେୟ । ମାତ୍ର ୩ ବର୍ଷରେ ଏଭଲି ଶୋଚନୀୟ ସ୍ଥିତିରେ ପଡିଥିବା ବଜାର ଉପ-ପ୍ରାଙ୍ଗଣ  ନିର୍ମାଣ କାମର ଗୁଣାତ୍ମକ ମାନ କେତେ ନିମ୍ନ ମାନର ତାହା ସ୍ପଷ୍ଟ ଭାବରେ ଜଣାପଡୁଛି । ଜିଲ୍ଲାପାଳ ଏବଂ ଉପ-ଜିଲ୍ଲପାଳ ନିୟନ୍ତ୍ରିତ ବଜାର ନିର୍ମାଣ ବ୍ୟବସ୍ଥାର ମୁଖିଆ ହୋଇଥିବା ବେଳେ ବଜାର ଉପ-ପ୍ରାଙ୍ଗଣ ନିର୍ମାଣରେ ଏଭଳି ଅନିୟମିତତା ହେବା ଆଶ୍ଚର୍ଯ୍ୟର ବିଷୟ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି ।

ନିର୍ମାଣ କାମରେ ହୋଇଥିବା ଦୁର୍ନୀତି ଓ ଜାଲିଆତିର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୃଷ୍ଟାନ୍ତମୂଳକ କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ କତରବଗା ଗ୍ରାମଞ୍ଚୟତର ଗଡପଟିଏନ୍‌ କୃଷକ ସଙ୍ଗଠନର ସଭାପତି ଲକ୍ଷ୍ମଣ ଖମାରୀ ଏବଂ ସମ୍ପାଦକ ହେମନ୍ତ କୁମାର ଦାଶ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *