ଖଣି କାରବାରରେ ବଡ଼ଧରଣର ଠକେଇ : ୧୭ ଲକ୍ଷ ଟଙ୍କା ଖାଇଦେଲେ, ଖଣି ମାଫିଆ ମନୋରଞ୍ଜନ ଗିରଫ

କଟକ : ଓଡ଼ିଶାରୁ ଆଇରନ୍‌ ଓର୍‌ ଭାଇଜାଗ୍‌ ଚାଲାଣ ନାଁରେ ବଡ଼ଧରଣର ଠକେଇ ହୋଇଛି । ମୋଟ ୧୬ ଲକ୍ଷ ୯୪ ହଜାର ଟଙ୍କାର ଠକେଇ ଘଟଣାରେ ଖଣି ବ୍ୟବସାୟୀ ଗିରଫ ହୋଇଛି । ଅଭିଯୁକ୍ତ ଜଣକ ସମ୍ବଲପୁରର ମନୋରଞ୍ଜନ ପଟ୍ଟନାୟକ ଓରଫ ରିକନ ମହାନ୍ତି । ଓଡ଼ିଶାରୁ ଭାଇଜାଗ୍‌ ଖଣିରେ ପହଞ୍ଚାଇ ଦେବାର ପ୍ରତିଶ୍ରୁତି ଦେଇ ଟଙ୍କା ଠକେଇ ହୋଇଥିବା ଲାଲବାଗ ଥାନାରେ ଅଭିଯୋଗ ହୋଇଥିଲା ।

ସୂଚନା ଅନୁଯାୟୀ, ଲାଲବାଗ ରୋଭର୍‌ ଷ୍ଟ୍ରିଟ୍‌ ଅଞ୍ଚଳର ବିରଜା ଦାସ ଏସ୍‌ଏସ୍‌ ଗ୍ରୁପ ନାଁରେ ଥିବା ଏକ କମ୍ପାନି ମାଧ୍ୟମରେ ପରିବହନ ବ୍ୟବସାୟ କରନ୍ତି । ଆଇରନ୍‌ ଓର୍‌ ସମ୍ବଲପୁର, ଝରସୁଗୁଡ଼ାରୁ ଭାଇଜାଗ୍‌ ଯାଏ ଚାଲାଣ ବ୍ୟବସାୟ କରନ୍ତି । ଭୁବନେଶ୍ୱର ଭରତପୁରରେ ରହୁଥିବା ସମ୍ବଲପୁର ଧନୁପାଲିର ମନୋରଞ୍ଜନ ପଟ୍ଟନାୟକ ଓରଫ ରିକନ ମହାନ୍ତି ଆଇରନ୍‌ ଓର୍‌ ଚାଲାଣ କରିବାରେ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। । ଏଥିପାଇଁ ୧୬ ଲକ୍ଷ ୯୪ ହଜାର ଟଙ୍କା ବିରଜା ତାକୁ ଦେଇଥିଲେ । କିନ୍ତୁ ପ୍ରତିଶ୍ରୁତି ଅନୁଯାୟୀ ଭାଇଜାଗ୍‌ରେ ମାଲ ପହଞ୍ଚି ନଥିଲା । ବାରମ୍ବାର ଟଙ୍କା ଫେରସ୍ତ କରିବାକୁ କହି ନିରାଶ ହୋଇଥିଲେ ବିରଜା । ଶେଷରେ ଲଲବାଗ ଥାନାର ଦ୍ୱାରସ୍ଥ ହୋଇଥିଲେ । ୬ ମାସ ଭିତରେ ଟଙ୍କା ଫେରସ୍ତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ମନୋରଞ୍ଜନ। ଗଲା ୧୩ ତାରିଖରେ ମନୋରଞ୍ଜନ କଟକ ଜିଲ୍ଲାପାଳ କାର୍ଯ୍ୟାଳୟ ନିକଟରେ ବିରଜାଙ୍କୁ ଭେଟିଥିଲେ । ବିରଜା ଟଙ୍କା ମାଗିବାରୁ ତାଙ୍କୁ ଗାଳିଗୁଲଜ କରିବା ସହିତ ହତ୍ୟା ଧମକ ଦେଇଥିଲେ । ମେ ୧୩ ତାରିଖରେ ଲାଲବାଗ ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା । ରିକନଙ୍କୁ ୨୮ ତାରିଖରେ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି । ତାଙ୍କ ନିକଟରୁ ଏକ ହୁଣ୍ଡାଇ କାର(ଓଡ଼ି ୦୨ ବିପି ୭୭୭୪), ଦୁଇଟି ଦାମୀ ମୋବାଇଲ ଫୋନ୍‌ ଓ ଗାଡ଼ିର କା‌ଗଜପତ୍ର ଜବତ ହୋଇଛି ।

Leave a Reply

Your email address will not be published. Required fields are marked *