ପୁରୁଷ ବେଶରେ ଆସି ଯୁବତୀ ଜଣକ ଲୁଟିନେଲେ ହୀରା ମୁଦି

ପୁରୀ : ପୁରୀରେ ଆୟୋଜିତ ଆଇସିଆଇସିଆଇ ବ୍ୟାଙ୍କ ମାର୍କେଟିଂ ବିଭାଗର ପନ୍ଦର ଦିନିଆ କ୍ୟାମ୍ପରେ ଯୋଗ ଦେବାକୁ ଆସିଥିବା ଟ୍ରେନରଙ୍କର ସ୍କୁଟିର ଡିକି ଭାଙ୍ଗି ଜଣେ ଲୁଟେରା ଏକ ହୀରା ମୁଦି ସହ ଜରୁରୀ କାଗଜପତ୍ର ଲୁଟି ନେଇଛି । ତେବେ ସିସି କ୍ୟାମେରା ଫୁଟେଜ୍‌ରେ ଏହି ଲୁଟ୍‌ର ଦୃଶ୍ୟ ରେକର୍ଡିଂ ହୋଇଥିବା ବେଳେ ଏହାକୁ ନେଇ ନେଇ କୁମ୍ଭାରପଡ଼ା ଥାନାରେ ଅଭିଯୋଗ କରିଛନ୍ତି ଜଣେ ଯୁବତୀ । ଗୁରୁତ୍ବପୂର୍ଣ୍ଣ ହେଉଛି, ଜଣେ ଯୁବତୀ ପୁରୁଷ ବେଶରେ ଆସି ଏହି ଲୁଟ୍ କରୁଥିବା ସିସିଟିଭି ଫୁଟେଜ୍‌ରୁ ସ୍ପଷ୍ଟ ହୋଇଛି ।

ପୁରୀରେ ଆଇସିଆଇସିଆଇ ବ୍ୟାଙ୍କ ମାର୍କେଟିଂ ବିଭାଗର ଏକ ପନ୍ଦର ଦିନିଆ ତାଲିମ ଶିବିର ଚାଲୁଛି । ଏହି ଶିବିରରେ ତାଲିମ ଦେବାକୁ ଭୁବନେଶ୍ବରରୁ ସରିତା ସାମଲ ଆସି ମାର୍କେଟ ଛକ ନିକଟସ୍ଥ ଏକ ଲଜିଂରେ ରହିଥିଲେ । ସେ ତାଙ୍କ ଓଡି-୩୪-ଏ-୪୨୫୫ ନମ୍ବର ବିଶିଷ୍ଟ ସ୍କୁଟି ଗାଡ଼ିକୁ ଏହି ଲଜ୍‌ ସମ୍ମୁଖରେ ରଖିଥିଲେ । ତେବେ ଗତକାଲି ସକାଳ ପ୍ରାୟ ୫ଟା ୧୫ ମିନିଟ ସମୟରେ ଜଣେ ଯୁବତୀ ପୁରୁଷ ବେଶରେ ଆସି ତାଙ୍କ ସ୍କୁଟିର ଡିକି ଭାଙ୍ଗି ସେଥିରେ ଥିବା ଏକ ହୀରା ମୁଦି, ଆଧାର କାର୍ଡ, ଭୋଟ ପରିଚୟପତ୍ର ଓ ଅନ୍ୟାନ୍ୟ କାର୍ଡ ଆଦି ଲୁଟି ନେଇଥିଲା । ଏହି ଲୁଟର ଦୃଶ୍ୟ କ୍ଲୋଜ୍‌ସର୍କିଟ୍‌ କ୍ୟାମେରାରେ ରେକଡିଂ ହୋଇଯାଇଛି । ଏହି ଫୁଟେଜକୁ ନେଇ ସରିତା କୁମ୍ଭାରପଡ଼ା ଥାନାରେ ଦେବା ସହିତ ଏକ ଲିଖିତ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ଭିତ୍ତି କରି କୁମ୍ଭାରପଡ଼ା ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

Leave a Reply

Your email address will not be published. Required fields are marked *